Monday , June 5 2023
Breaking News
Home / ସ୍ୱାସ୍ଥ୍ୟ / ଭୁବନ ସିଏଚସିରେ ୧୨୧ ଜଣଙ୍କୁ ଟୀକାକରଣ

ଭୁବନ ସିଏଚସିରେ ୧୨୧ ଜଣଙ୍କୁ ଟୀକାକରଣ

ଭୁବନ ୩୧/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ସମୁଦାୟ ୧୨୧ ଜଣଙ୍କୁ ପ୍ରଥମ ଡୋଜ ଟୀକା ଦିଆଯାଇଛି । ୪୫ ରୁ ଉଦ୍ଧ୍ୱର୍ ଦ୍ୱିତୀୟ ଡୋଜ ଏବଂ ୧୮ ରୁ ୪୪ ବୟସ୍କ ପ୍ରଥମ ଡୋଜ ନେବାକୁ ବହୁ ସଂଖ୍ୟାରେ ଆଶାୟୀ ଥିବା ବେଳେ ଟୀକା ଅଭାବରୁ ସେମାନଙ୍କୁ ଦିଆଯାଇପାରୁନାହିଁ । ପ୍ରଥମ ଡୋଜ୍ ର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ବଦଳରେ ସରକାର ୧୬ ସପ୍ତାହକୁ ବୃଦ୍ଧି କରିଥିବାରୁ ଏବେ ଆଉ ଆଗଭଳି ଗହଳି ନାହିଁ । ଲୋକମାନେ ସୁବିଧାରେ ଟୀକା ନେଉଥିବା ଦେଖିବାକୁ ମିଳୁଛି । ଆସନ୍ତା କାଲି ମଧ୍ୟ ୪୫ ରୁ ଉଦ୍ଧ୍ୱର୍ ବ୍ୟକ୍ତି ଙ୍କୁ ଟୀକା ଦିଆଯିବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.