Tuesday , October 3 2023
Breaking News
Home / ବିଶେଷ / ଭର୍ଚୁଆଲ ମୋଡ୍ ରେ “ହେଲ୍ପମେଟ’ ଅନୁଷ୍ଠାନ ତରଫରୁ ବିଶ୍ଵ ତମାଖୁ ଦିବସ ପାଳନ

ଭର୍ଚୁଆଲ ମୋଡ୍ ରେ “ହେଲ୍ପମେଟ’ ଅନୁଷ୍ଠାନ ତରଫରୁ ବିଶ୍ଵ ତମାଖୁ ଦିବସ ପାଳନ

ଭୁବନେଶ୍ୱର , ୩୧/୦୫/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ହେଲ୍ପମେଟ ତରଫରୁ ବିଶ୍ଵ ତମାଖୁ ଦିବସ ଭର୍ଚୁଆଲ ମୋଡ୍ ରେ ଅନୁଷ୍ଠାନ ର ସହ ସମ୍ପାଦିକା ଲିନା ମିଶ୍ର ଙ୍କ ସହଯୋଗ ରେ ପାଳନ କରାଯାଇଛି । ସରକାର ଙ୍କର କରୋନା ଗାଇଡ୍ ଲାଇନ କୁ ଆଖି ଆଗରେ ରଖି ଅନୁଷ୍ଠାନ ର ସଦସ୍ୟ ଡ଼ ସୁଶୀଲ କୁମାର ପଟ୍ଟନାୟକ, ଦିପ୍ତି ପଟ୍ଟନାୟକ ଓ ଶିଶୁ କଳାକାର  ବୈଜୟନ୍ତ କୁମାର ଜେନା ଙ୍କ ଦ୍ଵାରା ଘରେ ରହି ଛୋଟ ଛୋଟ ନାଟକ ମାଧ୍ୟମରେ ଜନ ସମାଜକୁ ବାର୍ତ୍ତା ଦେଇଛନ୍ତି । ଅନୁଷ୍ଠାନ ର ସମ୍ପାଦିକା ନିବେଦିତା ଭଞ୍ଜ ତମାଖୁ ସେବନର ଅପକାରିତା ଓ ତମାଖୁ  ଛାଡିବାର ଉପକାରିତା ଉପରେ ଲୋକମାନଙ୍କୁ ବାର୍ତ୍ତା ଦେବା ସହ , କରୋନା ରୋଗୀ ଙ୍କ ପାଇଁ ଏହା କେତେ ବିପଦପୂର୍ଣ୍ଣ ତାହା ବୁଝାଇଛନ୍ତି । ଓଡିଶା ସମାଚାର

Leave a Reply

Your email address will not be published. Required fields are marked *