Sunday , November 28 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦ୍ୱୀପ ବନ୍ଦରର ପୁନର୍ବାର କିର୍ତୀମାନ ସ୍ଥାପନ – ୨୪ ଘଂଟାରେ ୩୦ ଜାହାଜ ପରିଚାଳନା

ପାରାଦ୍ୱୀପ ବନ୍ଦରର ପୁନର୍ବାର କିର୍ତୀମାନ ସ୍ଥାପନ – ୨୪ ଘଂଟାରେ ୩୦ ଜାହାଜ ପରିଚାଳନା

ପାରାଦ୍ୱୀପ,୩୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦରର ସାମୁଦ୍ରିକ ବିଭାଗ (ମେରାଇନ୍ ବିଭାଗ) ବନ୍ଦରରେ ଜାହାଜ ଓ ପଣ୍ୟ କାରବାର ପରିଚାଳନା ଏକ ପ୍ରମୁଖ ଭୂମୀକା ଗ୍ରହଣ କରିଥାଏ । କରୋନା ମହାମାରୀ ସମୟରେ କୋଭିଡ୍-୧୯ କଟକଣା ଓ ଗାଇଡ଼ଲାଇନ୍ ଅନୁସରଣ କରି ପାରାଦ୍ୱୀପ ବନ୍ଦର ତାର ପଣ୍ୟ କାରବାର ଓ ଜାହାଜ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି । ତେବେ ଗତ ୨୬ ତାରିଖ ବାତ୍ୟା ୟାସ ର ୩ ଦିନ ପରେ ଅର୍ଥାତ ମେଁ ୨୯ ରୁ ୩୦ ତାରିଖ ୨୪ ଘଂଟା ମଧ୍ୟରେ ୩୦ ଜାହାଜ ପରିଚାଳନା କରି ପାରାଦ୍ୱୀପ ବନ୍ଦର  କିର୍ତୀମାନ ସ୍ଥାପନ କରିଛି । ସୂଚାନ ଥାଉକି ୨୦୧୯ ମେଁ ମାସ ୨୭ ତାରିଖରେ ପ୍ରଥମ ଥର ଲାଗି ପାରାଦ୍ୱୀପ ବନ୍ଦର ଦ୍ୱାରା ଏହି କିର୍ତୀମାନ ସ୍ଥାପନ ହୋଇଥିଲା ।  ଓଡ଼ିଶା ସମାଚାର

About admin

Check Also

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ : ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଦୁଇଟି ତଥ୍ୟ – କେଉଁଟା ସତ କେଉଁଟା ମିଛ  ?

 ଲୋକଙ୍କୁ ବିଭ୍ରାନ୍ତି କରାଯାଉଛି କଟକ ସଦର, ୨୩/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର …

Leave a Reply

Your email address will not be published. Required fields are marked *