Sunday , March 26 2023
Breaking News
Home / ତାଜା ଖବର / ପାଣି ଆଣିବା ବେଳେ ଗଭୀର କୂଅରେ ଯୁବତୀ ଖସି ପଡିଲେ : ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀ ଙ୍କ ଉଦ୍ୟମଯୋଗୁଁ ଯୁବତୀ  ବର୍ତ୍ତିଗଲେ 

ପାଣି ଆଣିବା ବେଳେ ଗଭୀର କୂଅରେ ଯୁବତୀ ଖସି ପଡିଲେ : ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀ ଙ୍କ ଉଦ୍ୟମଯୋଗୁଁ ଯୁବତୀ  ବର୍ତ୍ତିଗଲେ 

ବାଲିଗୁଡା, ୩୧/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲା  ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଟିକାବାଲି ବ୍ଳକର କଟିମାହା ପଞ୍ଚାୟତରେ ଘଟିଛି ଏକ ଅଭାବନିୟ ଘଟଣା। ଘଟଣା ପ୍ରକାରେ ଏକ ନିଶ୍ଚିତ ମୃତ୍ୟୁ ମୁଖରେ ଜଣେ ଯୁବତୀ ଜୀବନ ଫେରିପାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟିମାହା ଅଞ୍ଚଳର ଜନୈକା ଯୁବତୀ ନିଜ ଘରର କିଛି ଦୂରରେ ଥିବା ଏକ କୂଅରୁ ପାଣି ଆଣିବା ବେଳେ  ଅଚାନକ ଭାବେ ଉକ୍ତ  ଗଭୀର କୂଅ  ମଧ୍ୟରେ ପଡ଼ିଯାଇଥିଲେ। ପଡ଼ିଯିବା ଫଳରେ ତାଙ୍କର ମୁଣ୍ଡ ଫାଟିବା ସହିତ ଗୁରୁତର ଆହତ ହୋଇଥିଲେ। ତେବେ ସେହି ସମୟରେ ସେଠାରେ ଖେଳୁଥିବା କିଛି ଛୋଟ ଛୋଟ ପିଲାମାନେ ଏହା ଦେଖି ପାଟି କରିବାରୁ ଗ୍ରମବାସୀ ରୁଣ୍ଡ ହୋଇଥିଲେ ମଧ୍ୟ ଗଭୀର କୂଅ ରୁ  ବାହାର କରିବା ପାଇଁ କେହି ସାହାସ ଜୁଟାଇ ପାରିନଥିଲେ। ଏନେଇ ଗ୍ରାମବାସୀ ମାନେ ତୁରନ୍ତ ଟିକାବାଲି ଅଗ୍ନିଶମ ବିଭାଗ ସହିତ ଉକ୍ତ ଅଞ୍ଚଳରେ ଥିବା ଟିମ୍ ହ୍ୟୁମାନିଟର ସଦସ୍ୟ ହିରୋ ନାୟକ ଓ ନୀଳମାଧବ ପାତ୍ରଙ୍କୁ  ଜଣାଇବା ପରେ ଅବିଳମ୍ବେ ଅଗ୍ନଶମ ବାହିନିର କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନେ କଟିମାହା ଗ୍ରାମରେ ପହଞ୍ଚି ଉକ୍ତ ଗଭୀର କୂଅରୁ ଯୁବତୀଙ୍କୁ  ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଯୁବତୀ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ଅଗ୍ନିଶମ ବାହିନି ଓ ସ୍ୱେଚ୍ଛାସେବୀ ମାନଙ୍କର ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ଯୁବତୀ ଜଣକ ବର୍ତ୍ତିଥିବା ବେଳେ ଗ୍ରାମାବସୀ ଓ ଯୁବତୀଙ୍କ ପରିବାର ପକ୍ଷରୁ ସମସ୍ତଙ୍କୁ  ସାଧୁବାଦ ଜଣାଇଛନ୍ତି। ଓଡିଶା ସମାଚାର

Leave a Reply

Your email address will not be published.