Wednesday , December 8 2021
Home / ବିଶେଷ / ନିରାକାରପୁରରେ ଓଡ଼ିଶା ମୋ  ପରିବାର ପକ୍ଷରୁ ରକ୍ତଦାନ ଶିବିର

ନିରାକାରପୁରରେ ଓଡ଼ିଶା ମୋ  ପରିବାର ପକ୍ଷରୁ ରକ୍ତଦାନ ଶିବିର

ନିରାକାରପୁର, ୩୧/୦୫/୨୦୨୧(ଓଡ଼ିଶା ସମାଚାର)-କରୋନା ମୁକାବିଲା ସମୟରେ ରକ୍ତ ଭଣ୍ଡାରରୁ ରକ୍ତ ସଙ୍କଟ ଦୂର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନକ୍ରମେ ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କ ନେତୃତ୍ୱରେ ଏବଂ ଖୋର୍ଦ୍ଧା ଜିଲ୍ଲା ଓଡ଼ିଶା ମୋ ପରିବାର  ସଂଯୋଜକ ଦିଲ୍ଲୀପ କୁମାର ହୋତାଙ୍କ ସଂଯୋଜନାରେ ଟାଙ୍ଗୀ ବ୍ଲକ ନିରାକାରପୁର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଟାଙ୍ଗୀ ବ୍ଲକ ଛାତ୍ର ବିଜେଡ଼ି ସଭାପତି ଅନିଲ କୁମାର ସେନାପତି ପରିଚାଳନା କରିଥିବାବେଳେ ରାଜ୍ୟ ଯୁବ ବିଜେଡ଼ି ରାଜ୍ୟ ସଂପାଦକ ରୁଦ୍ରନାଥ ଦ ଦାୟିତ୍ୱ ସଂପାଦନ କରିଥିଲେ । ଏହି ରକ୍ତଦାନ ଶିବିରରୁ ସମୁଦାୟ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ବିଜେଡ଼ି ନେତା ରବିନ୍ଦ୍ରନାଥ ରାଉରାୟ , ସାଗର ବାରିକ, ଲକ୍ଷ୍ମୀଧର ଆଚାର୍ଯ୍ୟ, ପ୍ରଫୁଲ ଜେନା, ଦୁର୍ଗାନାଥ ଶର୍ମା, ସୁଶୀଲ ସେନାପତି , ଅଜୟ ବାରିକ ଓ ବିଜୟ ମାଝି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *