ବ୍ୟାସନଗର, ୩୧/୦୫/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନାର ଦ୍ୱିତୀୟ ଲହର ସାରା ଓଡିଶାରେ ଦୁ୍ରତଗତିରେ ଅଗ୍ରଗତି କରୁଥିବା ସମୟରେ ଲକ୍ଡାଉନ୍ ଓ ସପ୍ତାହନ୍ତ ସଟ୍ ଡାଉନ ବେଳେ ଓଙ୍ଗିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ଷଷ୍ଠତମ ଜନ୍ମଦିବସ ପାଳନ ଅବସରରେ ‘ଉଡ୍ର’ର ଉପଦେଷ୍ଟା ତଥା ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ବ୍ୟାସନଗର ପୌର ପରିଷଦର ଗାନ୍ଧୀନଗର କୁଷ୍ଠାଶ୍ରମରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “କ୍ଲବ୍ ଦ’ ୟୁଥ୍ ମାସ୍”ସହଯୋଗରେଏହି କୁଷ୍ଠାଶ୍ରମର ସମସ୍ତ ପରିବାରକୁୁ ଶୁଖିଲା ଖାଦ୍ୟ, ସାନିଟାଇଜର ଓ ମାସ୍କ ବଂଟନ କରିବା ସହ ସେହି ଲୋକମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସଚେତନତା କରିଥିଲେ । କରୋନା ମହାମାରୀ ସମୟରେ ଯେଉଁମାନେ ଜୀବିକା ହରାଇଛନ୍ତି ସେମାନଙ୍କ ମୁହଁରେ ଟିକେହସ ଫୁଟାଇବା ପାଇଁ ଉଡ୍ର ତରଫରୁ ଏହା ଏକ ଛୋଟ ପ୍ରୟାସ । ଏହି କାର୍ଯ୍ୟକ୍ରମରେ“କ୍ଲବ୍ ଦ’ ୟୁଥ୍ ମାସ୍”ର ସଂପାଦକ ରାଜେଶ ରାଉତ (ଟିକିନା), ସଭାପତି ପ୍ରକାଶ ଜେନା, ସନ୍ତୋଷ ରାଉତ, ଅଜିତ୍ ପରିଡା, ସତ୍ୟଜିତ୍ ପାତ୍ର, ଚନ୍ଦନ ପରିଡା, ଧନଞ୍ଜୟ ବେହେରା, ତବିନ୍ ସାମଲ ଓ ଅନ୍ୟ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ । ଖୁସିବାଂଟି ଲେ ଖୁସି ବଢେ ବୋଲି ଉପଦେଷ୍ଟା ଶ୍ରୀ ଦାସନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ଉଡ୍ର ପରିବାରର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ଉଡ଼୍ରର ଜନ୍ମଦିନ ଉପଲକ୍ଷେ ଆଜି ଓଙ୍ଗିଶାର ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ବରହମପୁର ଆଦି ସ୍ଥାନମାନଙ୍କରେ ଶୁଖିଲା ଖାଦ୍ୟ ଓ ସାନିଟାଇଜର ବଂଟନ କରାଯାଇଛି । ଓଡ଼ିଶା ସମାଚାର