Sunday , March 26 2023
Breaking News
Home / ବିଶେଷ / ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବତୀଙ୍କୁ ସହାୟତା ପ୍ରଦାନ

ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବତୀଙ୍କୁ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା, ୩୧/୦୫/୨୦୨୧(ଓଡ଼ିଶା ସମାଚାର)- ଜଣେ ଦୃଷ୍ଟିବାଧିତ ଭିନ୍ନକ୍ଷମ ଅସହାୟା ଯୁବତୀଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଖବର ପାଇ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ସମାଜସେବୀ ତଥା ଚଳଚିତ୍ର ପ୍ରଯୋଜକ ମାନସ କୁମାର ସାହୁ(ମାନ) । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ନେମ୍ବରା ଗ୍ରାମର ଖଗେଶ୍ୱର ମଲ୍ଲଙ୍କ ଝିଅ ସୁଲୋଚନା ମଲ୍ଲ (୩୦)ଜଣେ ଦୃଷ୍ଟିବାଧିତ ଭିନ୍ନକ୍ଷମ । ଜନ୍ମରୁ ଦୃଷ୍ଟିବାଧିତ ନଥିବା ସୁଲୋଚନା ୭ମ ଶ୍ରେଣୀରେ ପାଠପଢୁଥିବା ବେଳେ ତାଙ୍କର ଗୋଟିଏ ଚକ୍ଷୁ ନଷ୍ଟ ହୋଇଯାଇଥିଲା । ପରେ ୧୭ବର୍ଷ ବୟସରେ ଅନ୍ୟ ଚକ୍ଷୁଟି ମଧ୍ୟ ନଷ୍ଟ ହୋଇଯାଇଥିଲା । ଦିଲ୍ଲୀ ସି.ବି.ଏସ.ଇ. ବୋର୍ଡରୁ ମାଟ୍ରିକ ପାସ କରିଥିବା ସୁଲୋଚନା କୁହନ୍ତି ଯେ ତାଙ୍କର ସଂଗୀତ ପ୍ରତି ବିଶେଷ ଆଗ୍ରହ ରହିଥିଲେ ବି ତାଙ୍କୁ ଏପର୍ୟ୍ୟନ୍ତ ସେଭଳି ସୁଯୋଗ ମିଳିନାହିଁ । ତାଙ୍କ ସାନଭାଇ ତାଙ୍କୁ ମାଡମାରି ନିର୍ୟ୍ୟାତନା ଦେଇ ଘରୁ ବାହାର କରିଦେଇଥିଲେ । ସେ ବାଧ୍ୟ ହୋଇ ସେଠାରୁ ପଳାଇଆସି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ପଂଚାୟତର ପସ୍ତା ଗ୍ରାମର ମଧୁସାଗର ବିଦ୍ୟାପୀଠ ସମ୍ମୁଖ ବାସନ୍ତୀ ପ୍ରଧାନଙ୍କ ଘରେ ଆଶ୍ରୟ ନେଇଛନ୍ତି । ସୁଲୋଚନାଙ୍କ ସମ୍ପର୍କରେ ସୋସିଆଲ ମିଡିଆରୁ ଜାଣିବା ପରେ ସମାଜସେବୀ ଶ୍ରୀ ସାହୁ ସେଠାରେ ପହଂଚିି ସୁଲୋଚନାଙ୍କୁ ଶୁଖିଲା ଖାଦ୍ୟ ଛତୁଆ, ବିସ୍କୁଟ, ଫଳ, ଅଟା, ଯାଇ ପ୍ରଭୃତି ମାସକ ନିମନ୍ତେ ଏବଂ ପନିପରିବା ଓ ପୋଷାକ ଯୋଗାଇଦେବା ସହିତ ପରେ ଆବଶ୍ୟକ ପଡିଲେ ଆହୁରି ସହାୟତା ଅସହାୟା ସୁଲୋଚନାଙ୍କୁ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ସମାଜସେବୀ ଶ୍ରୀ ସାହୁ । ଅସହାୟା ସୁଲୋଚନାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ଶ୍ରୀ ସାହୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.