ନିରାକାରପୁର, ୩୧/୦୫/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନାରେ ନୂତନ କରି ଆଇଆଇସି ଭବାନୀ ଶଙ୍କର ଖୁଂଟିଆ ଯୋଗଦାନ କରିଛନ୍ତି । ପୂର୍ବରୁ ସେ ନିରାକାରପୁର ଥାନାରେ ଅବସ୍ଥାପିତ ଥିବାବେଳେ ମଦ ମାଫିଆମାନଙ୍କର ନିଦ ହଜି ଯାଇଥିଲା । ସେ ମଧ୍ୟ କିଛି ଦିନ ହେବ ଜଙ୍କିଆ ଥାନା ଦାୟିତ୍ୱରେ ଥିବାବେଳେ ଉତମ ପରିଚାଳନା ଦ୍ୱାରା କିଛି ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ପୂର୍ବରୁ ଥିବା ଆଇଆଇସି ସତ୍ୟବ୍ରତ ଲେଙ୍କାଙ୍କର କଟକ ଚୌଦାର ଏସଡ଼ିପିଓଭାବେ ପଦନ୍ନୋତି ହୋଇଥିବାରୁ ଏହି ସ୍ଥାନଟି ଖାଲି ପଡ଼ିଥିଲା । ନୂତନଭାବେ ଯୋଗଦାନ କରିଥିବା ଆଇଆଇସି ଭବାନୀ ଶଙ୍କର ଖୁଂଟିଆଙ୍କ ପାଇଁ ଜଙ୍କିଆ ଅଂଚଳର ପଥର ଚୋରା ଚାଲାଣ, ଚୋରା ମଦ ବେପାର ଓ ଚୋରା ଗୋରୁ ଚାଲାଣକୁ ଦୃଢ ହସ୍ତରେ ଦମନ କରି ଅପରାଧୀମାନଙ୍କୁ ଉଚିତ ଶାସ୍ତି ଦେବେ ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର