Monday , December 6 2021
Breaking News
Home / ବିଶେଷ / ଗ୍ରାମାଞ୍ଚଳ ରୁ ବିଲୁପ୍ତ ହେବାକୁ ବସିଲାଣି ଲୋକପ୍ରିୟ ପକ୍ଷୀ ବାଇଚଢେଇ 

ଗ୍ରାମାଞ୍ଚଳ ରୁ ବିଲୁପ୍ତ ହେବାକୁ ବସିଲାଣି ଲୋକପ୍ରିୟ ପକ୍ଷୀ ବାଇଚଢେଇ 

ନିଶ୍ଚିନ୍ତକୋଇଲି, ୩୧/୦୫/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) ଦିନଥିଲା ବାଇଚଢେଇ ର କିଚିରି ମିଚିରି ଶବ୍ଦରେ ପ୍ରକମ୍ପିତ ହେଉଥିଲା ସମଗ୍ର ଗ୍ରାମ୍ୟ ପରିବେଶ .ମାତ୍ର ଏବେ  ଆଉ ଶୁଣିବାକୁ ମିଳୁନି  ବାଇଚଢ଼େଇ ର ସେଇ କିଚିରି ମିଚିରି  ଶବ୍ଦସହ ପବନ ରେ ଦୋଳାୟମାନ ବାୟାବସା । ଧୀରେ ଧୀରେ ବିଲୁପ୍ତ ହେବାକୁ ବସିଲାଣି ବାଇଚଢ଼େଇ ଓ ବାଇଆ ବସା। କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଦାମୋଦରପୁର ଗାଁ ର ଚିତ୍ରୋତ୍ପଳା ନଦୀବନ୍ଧ ନିକଟରେ  ଥିବା ଏକ ତାଳ ଗଛ ରେ ଦେଖିବାକୁ ମିଳିଛି ଅନେକ ବାୟା ବସା ଓ ଶୁଣିବାକୁ ମିଳୁଛି  ବାଇଚଢ଼େଇ ର ସେହି ମନମତାଣିଆ  କିଚିରିମିଚିରି ଶବ୍ଦ ।ଯାହାକୁ ଦେଖି କବି ମନରେ ଆସେ ଅପୁରନ୍ତ ଭାବନା। ସେସବୁକୁ କାଗଜ କଲମରେ ଜୀବନ୍ୟାଶ ଦେବାପାଇଁ ଯତ୍ନଶୀଳ ହୋଇଉଠେ । ଝଡ଼ବତାସ କୁ ତାର  ଖାତିରନଥାଏ.   ପବନର ସୁସୁ ଶବ୍ଦ ରେ ଝୁଲୁଥାଏ ବାଇଚଢେଇର ବସା ଗୁଡିକ   । ପବନର ସୁସୁ ଶବ୍ଦ ସାଙ୍ଗକୁ ତାର ମନ ହୃଦୟ ଯେମିତି  ଅପୂର୍ବ ମୁର୍ଛନାରେ ଆନ୍ଦୋଳିତ ହେଉଥାଏ ।ବାରମ୍ବାର ପ୍ରାକୃତିକ ବିପଯ୍ୟୟ ସାଙ୍ଗକୁ ଜଙ୍ଗଲ ହ୍ରାସ ବିଶେଷ କରି ବାଇଚଢ଼େଇ ବିଲୁପ୍ତର ମୁଖ୍ୟ କାରଣ ବୋଲି  ମତ ଦିଅନ୍ତି ପ୍ରକୃତି ପ୍ରେମୀ ।ଯେତେବେଳେ ଛୋଟପିଲାଟି କାନ୍ଧୁଥିଏ ମାଆ ବାଇଚଢେଇ ର ଗୀତ ବୋଲି ତାର ଛୁଆକୁ ଶୋଇପକାଇଏ। ସେ ଗୀତରେ ଵୋଲେ “ବାଇଚଢ଼େଇ ରେ  ବାଇଚଢ଼େଇ ତୋ ମା ଯାଇଛି ଗାଈ ଚରାଇ ଗହିରୁ ଆଣିବ ପାଚିଲା ବେଲ , କୋଳରେ ବସାଇ କରିବ ଗେଲ” ।କୃଷକ ଟିଏ ହେଉ ବା ପଥିକ ଟିଏ ହେଉ ଯେତେ ବେଳେ ବାଟରେ ଯାଏ ବାଇଚଢ଼େଇ ର ଶବ୍ଦ ଓ ବାଇଆ ବସାକୁ ଦେଖି ସେ ଆନମନା ହୋଇଯାଏ ।ଯଦି ଗ୍ରାମାଞ୍ଚଳ ରେ  ଜଙ୍ଗଲ କଟାନଯାଆନ୍ତା ଓ  ନୂତନ ଜଙ୍ଗଲ ସୃଷ୍ଟି ହୁଅନ୍ତା   ତାହେଲେ ବାଇଚଢ଼େଇ ର ବଂଶବୃଦ୍ଧି ହୋଇପାରନ୍ତାବୋଲି ମତ ପ୍ରକାଶ ପାଉଛି । ଓଡିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *