Wednesday , December 1 2021
Breaking News
Home / ଶିକ୍ଷା / ଇତିହାସ ବିଭାଗ ପକ୍ଷରୁ ଜାତୀୟ ସ୍ଥରୀୟ ଅନଲାଇନ୍ ଆଲୋଚନା ଚକ୍ର

ଇତିହାସ ବିଭାଗ ପକ୍ଷରୁ ଜାତୀୟ ସ୍ଥରୀୟ ଅନଲାଇନ୍ ଆଲୋଚନା ଚକ୍ର

ପାରାଦ୍ୱୀପ,୩୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ‘ଏପିଡେମିକସ୍ ଓ ପାଣ୍ଡେମିକସ୍ ଓ ଇତିହାସରୁ ଶିକ୍ଷା’ ଶୀର୍ଷକ ଉପରେ ଏକ ଜାତୀୟ ସ୍ଥରର ଅନଲାଇନ୍ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଡଃ ନିଗମାନନ୍ଦ ଦାସ, ଆସାମ ବିଶ୍ୱବିଦ୍ୟାଳୟର ଦଫୁକ୍ୟାମ୍ପସର୍ ସହକାରୀ ପ୍ରଫେସର ଡଃ ବିକାଶ ଚନ୍ଦ୍ର ଦାସ ଓ ମୁଗପାଳ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ  ସିର୍ଦ୍ଧାର୍ଥ ଶଙ୍କର ରଥ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ପାରାଦ୍ୱୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରେମା କାନୁନଗୋ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ । ଇତିହାସ ବିଭାଗ ମୁଖ୍ୟ ଲେଫନା କମାଣ୍ଡର ଅକ୍ଷମ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଇଂରାଜୀ ଅଧ୍ୟାପକ ଗଣେଶ୍ୱର ପାତ୍ର କାଯ୍ୟକ୍ରମର ସଂଯୋଜନା କରିଥିଲେ । ଏଥିରେ ପ୍ରାୟତଃ ୩୦୦ ଜଣ ପଞ୍ଜିକରଣ କରିଥିବାବେଳେ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ଶେଷରେ ପାରାଦ୍ୱୀପ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା  ସଂଘମିତ୍ରା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପାରାଦ୍ୱୀପ ମହାବିଦ୍ୟାଳୟରୁ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଅନଲାଇନ୍ ୱେବନାରକୁ ସହଯୋଗ ଓ ସଫଳ କରାଇଥିଲେ । ଓଡ଼ିଶା ସମାଚାର

About admin

Check Also

ବୟସ ଜାଲିଆତି କରି ଶିକ୍ଷୟିତ୍ରୀ ଚାକିରୀ କରିଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଜନୈକ ଶିକ୍ଷୟିତ୍ରୀ ନିଜ ବୟସକୁ ଜାଲିଆତି କରି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ଉଚ୍ଚ ପ୍ରାଥମିକ …

Leave a Reply

Your email address will not be published. Required fields are marked *