ଭୁବନେଶ୍ୱର,୩୧/୦୫/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮,୩୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬୫୫ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୩୬୫୮ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୦୫ଜଣ, ବାଲେଶ୍ୱର ଜିଲ୍ଲାରୁ ୪୫୨ଜଣ, ବରଗଡ଼ ଜିଲ୍ଲାରୁ ୨୭୯ଜଣ, ଭଦ୍ରକ ଜିଲ୍ଲାରୁ ୧୧୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧୯ଜଣ, ବୌଦ୍ଧ ଜିଲ୍ଲାରୁ ୨୦୯ଜଣ, କଟକ ଜିଲ୍ଲାରୁ ୫୯୩ଜଣ, ଦେଓଗଡ଼ ଜିଲ୍ଲାରୁ ୫୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୦୭ଜଣ, ଗଜପତି ଜିଲ୍ଲାରୁ ୮୫ଜଣ, ଗଞ୍ଜାମ ଜିଲ୍ଲାରୁ ୧୨୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୮୦ଜଣ, ଯାଜପୁର ଜିଲ୍ଲାରୁ ୩୫୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧୧ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬୨ଜଣ, କନ୍ଧମାଳ ଜିଲ୍ଲାରୁ ୯୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୩୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୦ଜଣ , ଖୋର୍ଦ୍ଧା ଜିଲ୍ଲାରୁ ୯୭୪ଜଣ, କୋରାପୁଟ ଜିଲ୍ଲାରୁ ୧୯୮ଜଣ, ମାଲକାନଗିରି ଜିଲ୍ଲାରୁ ୧୦୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୩୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୦୫ଜଣ, ନୟାଗଡ଼ ଜିଲ୍ଲାରୁ ୨୦୫ଜଣ, ନୟାଗଡ଼ ଜିଲ୍ଲାରୁ ୨୮୩ଜଣ, ନୂଆପଡ଼ା ଜିଲ୍ଲାରୁ ୫୩ଜଣ, ପୁରୀ ଜିଲ୍ଲାରୁ ୪୦୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୮ଜଣ, ସମ୍ବଲପୁର ଜିଲ୍ଲାରୁ ୨୦୪ଜଣ, ସୋନପୁର ଜିଲ୍ଲାରୁ ୧୨୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୬୫ଜଣ, ଷ୍ଟେଟ୍ ପୁଲ୍ ରୁ ୧୬୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା .୬୪,୯୯୭ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ଜଣ ରହିଥିବା ବେଳେ କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା , ନବରଙ୍ଗପୁର , ସୋନପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ଦେବଗଡ଼ , ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ରହିଥିବା ବେଳେ ନୟାଗଡ଼, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ .୬୪,୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ .୭୦,୫୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଥିବା ବେଳେ ୫୩ଜଣ କରୋନା ଆକ୍ରାନ୍ତ ଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ଆଉ ୯୧୬୬୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୧୭୭୩୦୭୨ସାମ୍ପୁଲ ଟେଷ୍ଟ୍ ହୋଇଛି ।ଓଡ଼ିଶା ସମାଚାର