Sunday , September 26 2021
Breaking News
Home / ବିଶେଷ / ଶୁଭଲକ୍ଷ୍ମୀ ବଜାର କମିଟି ହସ୍ତକ୍ଷେପ ପରେ ଦୁହୁରିଆ ବାଇପାସ ରାସ୍ତା ମରାମତି ହେଲା

ଶୁଭଲକ୍ଷ୍ମୀ ବଜାର କମିଟି ହସ୍ତକ୍ଷେପ ପରେ ଦୁହୁରିଆ ବାଇପାସ ରାସ୍ତା ମରାମତି ହେଲା

କେନ୍ଦ୍ରାପଡ଼ା, ୩୦/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଦୁହୁରିଆ ଶ୍ରୀ ଶ୍ରୀ ଶୁଭଲକ୍ଷ୍ମୀ କ୍ରସିଂ ବଜାର କମିଟିର ହସ୍ତକ୍ଷେପ ପରେ ଦୁହୁରିଆ ବାଇପାସ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ବଜାର କମିଟିର କର୍ମକର୍ତାମାନେ ଉପସ୍ଥିତ ରହି ରାସ୍ତା ମରାମତି କାର୍ଯ୍ୟର ତଦାରଖ କରିବା ସହ ସେ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଉଛନ୍ତି । ବଜାର କମିଟି ସଭାପତି ସୌମ୍ୟରଞ୍ଜନ ସାହୁ କହିଛନ୍ତି ଯେ ଦୀର୍ଘଦିନ ହେଲା ଦୁହୁରିଆ ବାଇପାସ ରାସ୍ତା ମରଣଯନ୍ତାରେ ପରିଣତ ହୋଇଥିଲା । ଫଳରେ ଗାଡିମଟର ଯାତାୟତରେ ସମୟରେ ଦୁର୍ଘଟଣାମାନ ଘଟିବା ସହିତ ଧନ ଜୀବନ ହାନି ହେଉଥିଲା । ଏହି ସମସ୍ୟା ସମ୍ପର୍କରେ ବଜାର କମିଟି ହୃଦୟଙ୍ଗମ କରିବା ପରେ ଜିଲ୍ଲାପାଳଙ୍କୁ ସେ ସମ୍ପର୍କରେ ଅବଗତ କରିଥିଲା । ଜିଲ୍ଲାପାଳ କମିଟି ସଭାପତି ଶ୍ରୀ ସାହୁଙ୍କୁ ଖୁବଶୀଘ୍ର ରାସ୍ତା ମରାମତି କାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାପାଳଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଶ୍ରୀ ସାହୁଙ୍କ ନେତୃତ୍ୱରେ ଯାଇଥିବା କମିଟି ସଦସ୍ୟମାନେ ଫେରି ଆସିଥିଲେ । ଏବେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି । କମିଟି ପକ୍ଷରୁ ସଭାପତି କହିଛନ୍ତି ଯେ ବଜାରରେ ଶୌଚ୍ଚାଳୟ ନାହିଁ । ଏଥିସହ ଯାତ୍ରୀଙ୍କ ଅପେକ୍ଷା ପାଇଁ ଘର ମଧ୍ୟ ନାହିଁ । ପ୍ରଶାସନ ଯଦି ସହଯୋଗର ହାତ ବଢାଏ ତେବେ କମିଟି ଆର୍ଥିକ ସହାୟତା ପ୍ରଦାନ କରିବ । ଫଳରେ ଯାତ୍ରୀମାନେ ଶୌଚ୍ଚାଳୟର ସୁବିଧା ପାଇବା ସହ ବସ ରହଣି ସ୍ଥାନରେ ବସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ । ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଅଂଚଳବାସୀ ସଭାପତି ଶ୍ରୀ ସାହୁଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *