ନିରାକାରପୁର, ୩୦/୦୫/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ନରଣଗଡ ପଞ୍ଚାୟତ ହାଡପଦାରେ କୁଣ୍ଡା ପଥର ଖନନ କରାଯାଇ ଚୋରା ଚାଲାଣ ହେଉଥିବା ଜାଣି ଖୋର୍ଦ୍ଧା ଏସପି ରାଜକିଶୋର ଦୋର। ଜଂକିଆ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଜଂକିଆ ଆଇଆଇସି ହାଡପଦାରେ ଚଢ଼ାଉ କରି ଦୁଇଟି କୁଣ୍ଡା ପଥର ବୋଝେଇ ୪୦୭ ଟ୍ରକ୍ ଜବତ କରି କେସ ନ ୧୧୦ ରେ ମାମଲା ରୁଜୁ ହୋଇଛି । ଓଡ଼ିଶା ସମାଚାର