ସାଲେପୁର,୩୦/୦୫/୨୦୨୧(ଓଡିଶା ସମାଚାର/ ଅଭୟ ଜେନା) –ସାଲେପୁର ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ମୃଣ୍ମୟ କୁମାର ସେନାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଯୋଗଦେବାପରେ ଭରାପ୍ରାପ୍ତ ଅଧିକାରୀ ଶ୍ରୀ ସେନାପତିଙ୍କୁ ଆଜି ସାଲେପୁର ନିରପେକ୍ଷ ସାମ୍ବାଦିକ ସଙ୍ଘର କର୍ମକର୍ତ୍ତା ଓ ସଦସ୍ୟ ମନେ ସ୍ୱାଗତ ଜଣାଇଥିଲେ । ସଂଘର ସଭାପତି ଅଭୟ ଜେନା,ଉପଦେଷ୍ଟା ରତ୍ନାକର ବାରିକ, ସମ୍ପାଦକ ମହେଶ୍ୱର ବେହେରା,ଉପସଭାପତି ନାରାୟଣ ଭୂୟାଁ, ସହସମ୍ପାଦକ ତୁଷାର ଜ୍ୟୋତି ନାଏକ, କାର୍ୟ୍ୟାଳୟ ସମ୍ପାଦକ ସଂଯୁକ୍ତା ସାହୁ,ସଭ୍ୟ ରଞ୍ଜନକୁମାର ବାରିକ, ଅକ୍ଷୟ କୁମାର ଗୋଛାୟତ, ଦିବାକର ରାଉତ, ଅଭିମନ୍ୟୁ ନାଏକ, ସ୍ୱଦେଶ ଜେନା, ଦୀପକ ଷଢଙ୍ଗି, ଶିଶୁପଦ ନନ୍ଦ, ଅକ୍ଷୟ କୁମାର ଦାସ, ରେହାନ ଖାଁନ, ପିତବାସ ରାଉତ, ବାବୁଲି ବାରିକଙ୍କ ସମେତ ସାମ୍ବାଦିକ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।ସୂଚନା ଯୋଗ୍ୟଯେ ଶ୍ରୀ ସେନାପତି ପୋଲିସ ମୁଖ୍ୟାଳୟ ରେ କାର୍ୟ୍ୟକରୁଥିଲେ । ଥାନା ଅଧିକାରୀ ଭାବେ ଯୋଗଦେବାପରେ ଶ୍ରୀ ସେନାପତି ସାଲେପୁର ଅଞ୍ଚଳରୁ କୋଭିଡ କଟକଣା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଗୁରୁତ୍ୱ ଦେବେବୋଲି ପ୍ରକାଶକରିଛନ୍ତି । ଓଡ଼ିଶା ସମାଚାର
