ଭୁବନ ୩୦/୦୫/୨୦୨୧(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ସକାଶେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଙ୍କ ନିର୍ଦ୍ଧେଶକ୍ରମେ ଆଜି ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିଂହପ୍ରସାଦ ପଂଚାୟତ ର ମୁରୁଗା ଗ୍ରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ସମୁଦାୟ ୨୦୦ ଜଣ ସ୍ୱାବ ଟେଷ୍ଟ କରିଥିଲେ । ସ୍ଥାନୀୟ ସରପଂଚ ତପନ କଅଁର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସନ୍ତୋଷ କୁମାର ସାହୁ,ସୁଶାନ୍ତ କୁମାର ଦାସ (କୋଭିଡ-୧୯) କର୍ମଚାରୀ ସ୍ୱାବ ସଂଗ୍ରହ କରିଥିଲେ । ସୂଚନାଯୋଗ୍ୟ ଯେ,ଏହି ଗ୍ରାମରେ ଅଧିକାଂଶ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର ଲୋକ ବାସ କରୁଥିବାରୁ ସରପଂଚ ଶ୍ରୀ କଅଁର ଙ୍କ ଦ୍ୱାରା ସେମାନଙ୍କୁ ମାସ୍କ ପିନ୍ଧିବା,ବାରମ୍ବାର ସାବୁନ ରେ ହାତ ଧୋଇବା,ସାମାଜିକ ଦୂରତା ରକ୍ଷା କରିବା ,ନିହାତି ଆବଶ୍ୟକ ନପଡିଲେ ଘରୁ ପଦାକୁ ନବାହାରିବା ସଂପର୍କରେ ସଚେତନ କରାଯାଇଥିଲା । ଓଡ଼ିଶା ସମାଚାର