କେନ୍ଦ୍ରାପଡ଼ା, ୩୦/୦୫/୨୦୨୧(ଓଡ଼ିଶା ସମାଚାର)-ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ କରୋନାରୁ ଆଶୁ ଆରୋଗ୍ୟ କାମନା କରି ଡେରାବିଶି ବ୍ଲକ ଅନ୍ତର୍ଗତ ଗୁଆଳସିଂ ପଂଚାୟତର ଉଦୟନଗରସ୍ଥିତ ହନୁମାନଙ୍କ ମନ୍ଦିରରେ ମଣ୍ଡଳ ସଭାପତି ଅଶୋକ ସାହୁଙ୍କ ନେତୃତ୍ୱରେ ସରୋଜକାନ୍ତ ନାୟକ,ସୁକାନ୍ତ ଦ୍ୱିବେଦୀ, ମଞ୍ଜୁଲତା ମଲ୍ଲିକ, ବିଜେପି ଯୁବନେତା ଦିଲ୍ଲିପ ଦାସ, ସୁରେନ୍ଦ୍ର ସେଠୀ, ବାଙ୍କବିହାରୀ ବାରିକ, ପ୍ରଦୀପ ଦାସ, ଭବାନିଶଙ୍କର ଦାସ, ମନୋଜ ବାରିକ, ଅକ୍ଷୟ ବାରିକ, ସ୍ମୃତିରଞ୍ଜନ ସାମନ୍ତରାୟ, ସରୋଜ ସେଠୀ,ସୁରେଶ ସେଠୀ ପ୍ରମୁଖ ସମୁହ ଦୀପଦାନ କରିଛନ୍ତି । ଓଡ଼ିଶା ସମାଚାର