କଟକ, ୩୦/୦୫/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ ବୟାଳିଶମୌଜ଼ା ଉପକଣ୍ଠ ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ କୁମାରୀ ସୋନାଲି ମହାପାତ୍ର(ଗୁଡି) ନିଜର କୃତିତ୍ୱର ସ୍ୱୀକୃତି ସ୍ୱରୂପ ବିଭିନ୍ନ ସଂଗଠନ ପକ୍ଷରୁ ପୁରସ୍କୃତ ହେବାସହ ଚଳିତବର୍ଷ କୋଣାର୍କ ଏଣ୍ଟରଟନମେଣ୍ଟ ପକ୍ଷରୁ ଆୟୋଜିତ ରଜ କୁଇନ – ୨୦୨୧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇ ଦିତୀୟ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି । ତାଙ୍କର ଏହି ମହାସଫଳତାକୁ ସ୍ଥାନୀୟ ଜନସାଧାରଣ ଏବଂ ଯୁବସମାଜସେବୀ ଚନ୍ଦନ ମହାନ୍ତି, ତାପଶ ପତି,ଦୀପକ ଆଚାର୍ଯ୍ୟ, ସଂଜୟ ବେହେରା,ପ୍ରସନ୍ନ ପରିଡା, ସଂଜୟ ସାହୁ ପ୍ରମୁଖ ଉଚ୍ଚ ପ୍ରସଂଶା କରିବାସହ ପ୍ରତିଯୋଗିତାରେ ସଫଳ ହେବାନେଇ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ଓଡ଼ିଶା ସମାଚାର