Wednesday , May 31 2023
Breaking News
Home / ବିଶେଷ / ଜୁନ ୧୭ ପର୍ୟ୍ୟନ୍ତ ତାଲାବନ୍ଦ ଅବଧି ପୁଣି ବଢ଼ାଇଲେ ରାଜ୍ୟ ସରକାର

ଜୁନ ୧୭ ପର୍ୟ୍ୟନ୍ତ ତାଲାବନ୍ଦ ଅବଧି ପୁଣି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୩୦/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ତାଲାବନ୍ଦ ଅବଧି ପୁଣି ବଢ଼ାଇଲେ ରାଜ୍ୟ ସରକାର। ଗତ ୫ରୁ ସାରା ରାଜ୍ୟରେ ତାଲାବନ୍ଦ ଘୋଷଣା କରାଯାଇଛି। ଜୁନ ୧୭ ପର୍ୟ୍ୟନ୍ତ ତାଲାବନ୍ଦ ବଢ଼ିବା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଶନିବାର ଓ ରବିବାର ସପ୍ତାହନ୍ତ ସଟ ଡ଼ାଉନ ଜାରି ରହିବ । ଆଗକୁ ସାବିତ୍ରୀ , ରଜ ଓ ଶୀତଳ ଷଷ୍ଠି ଆସୁଥିବାରୁ ଏହାକୁ ଆଖି ଆଗରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ୟ୍ୟନ୍ତ ଲକଡାଉନ୍ ଜାରି ରହିବ। ଏହି ସମୟରେ ସ୍ବାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ୟ୍ୟ ପାଇଁ କୌଣସି କଟକଣା ନାହିଁ। ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ। ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ପୂର୍ବ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ ଖୋଲା ରହିବ । ବାହାଘର, ବ୍ରତଘର , ଭୋଜି ଓ ଶୁଦ୍ଧି କ୍ରିୟାରେ ପୂର୍ବ କଟକଣା ବଳବତର ରହିବ । ନୂଆପଡ଼ା, ସୁନ୍ଦରଗଡ଼ ଓ ଗଜପତି ଜିଲା ରେ କଟକଣା କୁ କୋହଳ କରାଯାଇଛି । ଏହି ତିନୋଟି ଜିଲାରେ ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ ସହିତ ଅନ୍ୟ ଦୋକାନ ଖୋଲି ପାରିବ କିନ୍ତୁ ପୁଣିସଂଙ୍କ୍ରମଣ ବଢ଼ିଲେ ପୁଣି କଟକଣା କରାଯିବ । ଏହି ତିନୋଟି ଜିଲାରେ ସକାଳ ୧୧ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ । କିନ୍ତୁ ସେଲୁନ , ପାର୍ଲର ଓ ମଲ ଖୋଲିବା ଉପରେ କଟକଣା ଜାରି କରାଯାଇଛି । ଓଡ଼ିଶା ସମାଚାର
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ମୁହଁରୁ ଣୁଣନ୍ତୁ :

Leave a Reply

Your email address will not be published.