Monday , March 27 2023
Breaking News
Home / ବିଶେଷ / ସାମୟିକ ଭାବେ ଟେଲରିଂ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସାମୟିକ ଭାବେ ଟେଲରିଂ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଟେଲର ଶ୍ରମିକ ସଙ୍ଘ ପକ୍ଷରୁ ସାମୟିକ ଭାବେ ଟେଲର ଦୋକାନ ଖୋଲାଯିବା ନିମନ୍ତେ ଅନୁମତି ପ୍ରଦାନ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । କେନ୍ଦ୍ରାପଡା ସହରରେ ପ୍ରାୟ ୫୦ଟି ଟେଲର(ଦରଜୀ)ଦୋକାନୀ  ଦୁଇଶହ ପରିବାରକୁ ନେଇ ସାମ୍ପ୍ରତିକ କରୋନା କଟକଣା ହେତୁ ଅତ୍ୟନ୍ତ ଦୁଃସ୍ଥିତି  ମଧ୍ୟ ଦେଇ ଗତି କରୁଛନ୍ତି । ସେହି ଦୋକାନକୁ ମାତ୍ର ୪/୫ଜଣ ଗ୍ରାହକ ଆସିଥାନ୍ତି ଓ ସେଠାରେ ଗହଳି ହୋଇନଥାଏ । ତେବେ ଚାହା,ଜଳଖିଆ ଦୋକାନ ଗୁଡିକ ପରି ଟେଲର ଦୋକାନର ଚାହିଦା ନଥାଏ । ସରକାର ସେହିସବୁ ଦୋକାନକୁ ପାର୍ସଲ ଏବଂ ହୋମ ଡେଲିଭରୀ ପାଇଁ ଅନୁମତି ଦେଇଥିବା ବେଳେ ଟେଲର ଦୋକାନରେ ମାତ୍ର ୨ଜଣ କର୍ମଚାରୀଙ୍କୁ ନେଇ ସିଲେଇ କରିବାକୁ ଅନୁମତି ଦେଲେ ସେମାନଙ୍କ ଗରୀବ ପରିବାରର ଗୁଜୁରାଣ ମେଂଟିପାରନ୍ତା ବୋଲି ସଙ୍ଘ ନିବେଦନ କରିଛି । ରାଜ୍ୟ ସରକାରଙ୍କ କରୋନାକୁ ପ୍ରତିହତ କରିବା ପାଇଁ ବହୁ ସଂଖ୍ୟାରେ ମାସ୍କ ତିଆରି ସହ ଅନ୍ୟ ପ୍ରତିଷେଧକ ପୋଷାକ ତିଆରି ନିମନ୍ତେ ପ୍ରଶାସନ ସମେତ ବିଧାୟକ, ସାଂସଦ, ଜନ ପ୍ରତିନିଧି ଓ ଗଣ ଅନୁଷ୍ଠାନ ଗୁଡିକୁ ପ୍ରୋତ୍ସାହିତ କରିଥିବା ବେଳେ ଏସବୁ ପ୍ରସ୍ତୁତି ଓ ତିଆରି ପାଇଁ ଟେଲରିଂ କାମ ଚାଲିବା ଆବଶ୍ୟକ ରହିଛି । ଏଣୁ କରୋନା କଟକଣା ଓ ପ୍ରଶାସନର ସମସ୍ତ ନିର୍ଦେଶ ଅନୁପାଳନ ପୂର୍ବକ କରୋନା ବିରୋଧି ଲଢେଇରେ ଟେଲରମାନଙ୍କ ଯୋଗଦାନ ଜରୁରୀ ଥିବା ସହିତ ଟେଲରମାନଙ୍କ ଜୀବନଜୀବିକାକୁ ସାମାନ୍ୟ ଲାଘବ କରିବା ତଥା ଶ୍ରମିକ ଭାବେ ସମାଜର ଆବଶ୍ୟକତା ଅନୁଯାଇ କରୋନା ମାସ୍କ ଓ ତତ ସମ୍ବଦ୍ଧିୟ ସାମଗ୍ରୀ ପ୍ରସ୍ତୁତ କରିବାରେ ଟେଲରିଂ ଦୋକାନ ଗୁଡିକୁ ସାମୟିକ ଭାବେ ଖୋଲିବାକୁ ଅନୁମତି ପ୍ରଦାନ ପାଇଁ କେନ୍ଦ୍ରାପଡା ଜିଲ୍ଲା ଟେଲର ଶ୍ରମିକ ସଙ୍ଘ ପକ୍ଷରୁ ସଭାପତି ସେକ ମୁନିରୁଦ୍ଧିନ(ମୁନା) ଜିଲ୍ଲାପାଳଙ୍କ ନିକଟରେ ଦାବିକରିଛନ୍ତି । ଏସଂକ୍ରାନ୍ତରେ ଏକ ଦାବିପତ୍ର ପୌରନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ସଙ୍ଘ  ପକ୍ଷରୁ ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.