Saturday , September 18 2021
Breaking News
Home / ବିଶେଷ / ସମାଜସେବୀଙ୍କ ଜେଜେମା ନିଶାମଣି ବେହେରାଙ୍କ ବିୟୋଗରେ ଶୋକ

ସମାଜସେବୀଙ୍କ ଜେଜେମା ନିଶାମଣି ବେହେରାଙ୍କ ବିୟୋଗରେ ଶୋକ

କଟକ, ୨୯/୦୫/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ବୟାଳିଶମୌଜ଼ା ଯାଦବ ମହାସଭାର ଉପଦେଷ୍ଟା ସ୍ୱର୍ଗତ ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣା ମହିଳା ନିଶାମଣି ବେହେରା(୭୪)ଙ୍କ ବରାଳ ଗ୍ରାମ ବାସଭବନରେ ପରଲୋକ ଘଟିଛି । ମିଷ୍ଟଭାଷୀ,ମେଲାପି ମହିଳା ସ୍ୱର୍ଗତା ନିଶାମଣୀ ବେହେରାଙ୍କ ଏକାଦଶାହରେ ଅଗ୍ରଣୀ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ’ ଓଡ଼ିଶା(ବିସିଟି),ସରସ୍ବତୀ କଳା ପରିଷଦ’,’ଉତ୍କଳ ବିକାଶ ପରିଷଦ’,ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ ପକ୍ଷରୁ ନାଟ୍ୟକାର ଅଶୋକ ପଟ୍ଟନାୟକ,କରୋନା ଯୋଦ୍ଧା ପ୍ରିନ୍ସ ନନ୍ଦ,କବୟିତ୍ରୀ ପ୍ରତିଭା ଶତପଥୀ,ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ଇଂ.ପ୍ରଦୀପ  ବେହେରା,ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର,ଶ୍ରମିକନେତା ଚକ୍ରବର୍ତ୍ତୀ ଓତା,କୃଷକନେତା ଦେବୀ ପ୍ରସାଦ ପତି,ସମାଜସେବୀ ରସାନନ୍ଦ ବେହେରା ତଥା ସ୍ଥାନୀୟ ଗ୍ରାମବାସୀବୃନ୍ଦ ଶୋକ ପ୍ରକାଶ କରିବାସହ ଅମର ଆତ୍ମାର ସଦଗତି ପାର୍ଥନା କରିଛନ୍ତି । ସୂଚନାଯୋଗ୍ୟ ସ୍ୱର୍ଗତା ନିଶାମଣି ବେହେରାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ନାତି ରକ୍ତଦାତା ସୁରଜ ବେହେରା ବିସିଟିର ସାଂଗଠନିକ ସମ୍ପାଦକ ଭାବେ କାର୍ଯ୍ୟ କରିବାସହ ବିଭିନ୍ନ ସଂଗଠନସହ ଜଡିତ ରହି ବହୁ ଜନହିତକରକାର୍ଯ୍ୟ,ରକ୍ତଦାନ,ଶିକ୍ଷାଦାନ,କରୋନା ଯୋଦ୍ଧା ଭାବେ ଅନନ୍ୟ ସେଵା,ସାହିତ୍ୟ ଓ ସଂକୃତିର ବିକାଶ ଦିଗରେ ନିଜର ସାଧନା ଜାରିରଖି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ନିରାକାରପୁର ଶୁଭାଶିଷ ପାଇଲେ ଓଡ଼ିଶା ବନ ସେବା

ନିରାକାରପୁର, ୧୮/୦୯/୨୦୨୧(ଓଡ଼ିଶା ସମାଚାର)-ଓଡ଼ିଶା ସାଧାରଣ ପ୍ରଶାସନ ସେବା ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତୀର୍ଣ୍ଣ ୬୭ ଜଣଙ୍କର ନାମ ପ୍ରକାଶିତ ହୋଇଥିବାବେଳେ …

Leave a Reply

Your email address will not be published. Required fields are marked *