Wednesday , December 8 2021
Home / କୃଷି / ବର୍ଷାଜଳ ନିଷ୍କାସନ ନେଇ ଚାଷୀଙ୍କ ଭାଳେଣି

ବର୍ଷାଜଳ ନିଷ୍କାସନ ନେଇ ଚାଷୀଙ୍କ ଭାଳେଣି

“ୟସ” ବାତ୍ୟାର ୩ ଦିନ ପରେ ବି ଶହ ଶହ ଏକର ଚାଷ ଜମି ଜଳମଗ୍ନ
ପାଟକୁରା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ତଳିଆ ଅଂଚଳରେ ଚାଷ ଜମିରୁ ଜଳ ନିଷ୍କାସନ ଏକ ଗୁରୁତ୍ୱର ସମସ୍ୟା ଶୃଷ୍ଟି କରିଛି । ପ୍ରତିବର୍ଷ ଉଦ୍ବୃତ ବର୍ଷାପାଣି ଚାଷୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବାର ଦେଖାଦେଇଛି । ବିଗତ ୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବାତ୍ୟା “ୟସ” ଯୋଗୁ ପ୍ରବଳ ବର୍ଷା ହେବା ଯୋଗୁ ଗରଦପୁର ପଂଚାୟତ ଠାରୁ ପଦ୍ମପୁର ପଂଚାୟତ ପର୍ଯ୍ୟନ୍ତ ଥିବା ଶହ ଶହ ଏକର ଚାଷ ଜମିରେ ୨/୩ ଫୁଟ ଉଚ୍ଚର ବର୍ଷାପାଣି ଜମାଟ ବାନ୍ଦିଛି । ଯାହାଫଳରେ ଚାଷ ଜମିରେ ଆସନ୍ତା ରଜ ପୁର୍ବରୁ ଧାନ ବିହନ ବୁଣି ଚାଷ କରିବା ସମ୍ଭବ ପର ହେବ ନାହିଁ ବୋଲି ଚାଷୀମାନଙ୍କ ମଧ୍ୟରେ ଭାଳେଣୀ ପଡିଛି । ବିଶେଷ କରି ନୈନ୍ଦିପୁର , ଜଗଦଳପୁର , ଯମୁନାବାଦ , ବେଡାରୀ ଦଳୁଆଣି , ଗ୍ରାମ ଗୁଡିକରେ ଗହିର ଚାଷ ଜମିରେ ଏହି ଉଦବୃତ ବର୍ଷାଜଳ ସମସ୍ୟା ଦେଖିବାକୁ ମିଳିଛି । ବହୁ ବର୍ଷ ପୁର୍ବରୁ ଅଶୃଖଳା ପାଟନଳୀ ତେଣ୍ଡାକୁଡା ଠରୁ ପ୍ରାୟ ୪୦ କିମି ଦୂର ମହାକଳପଡା ବ୍ଲକର ଟିକରପଙ୍ଗା ପର୍ଯ୍ୟନ୍ତ ଏହି ଗହିର ବିଲ ମଧ୍ୟରେ ବ୍ୟାପିକରି ଥିଲା । କିନ୍ତୁ ପରପବର୍ତି ସମୟରେ ମଝିରେ ମଝିରେ କେତେକ ଗ୍ରାମର ଜନସାଧାରଣ ଚଳଣୀପାଇଁ ବନ୍ଧବାଡ ନିର୍ମାଣ କରାଯାଇ ଏହି ପାଟନଳୀକୁ ଅବରୋଧ କରାଯାଇଥିବାରୁ ଜଳ ନିଷ୍କାସନର ସମସ୍ୟା ଦେଖାଦେଇଛି । ଯଦିଓ କିଛିବର୍ଷ ପୁର୍ବରୁ ଏହି ସମସ୍ୟାକୁ ନେଇ ଡ୍ରେନେଜ ବିଭାଗ କେତେକ ଗ୍ରାମ ନିକଟରେ ଜଳନିଷ୍କାସନ ପାଇଁ ବିକଳ୍ପ ବ୍ୟବସ୍ଥା କରାଇଥିଲେ କିନ୍ତୁ ତାହା ପ୍ରତିବର୍ଷ ନିୟମିତ ପର୍ଯ୍ୟାୟରେ ରକ୍ଷାଣାବେକ୍ଷଣ କରାନଯିବାରୁ ଓ ବ୍ଲକ ପ୍ରଶାସନ ଜଳ ନିଷ୍କାସନ ପଏନ୍ଟ ଗୁଡିକରେ ସ୍ଲୁଇଜ ଗେଟ୍ ଓ କଲଭଟ ସିଷ୍ଟମ କରିଦେଇଥିବାରୁ ଖୋଲାମେଲାରେ ବର୍ଷାଜଳ ୍ପ୍ରବାହିତ ହୋଇପାରୁନାହିଁ । ବିଶେଷ କରି ଗରଦପୁର ଠାରୁ ପ୍ରବାହିତ ବର୍ଷାପାଣି ନଇନ୍ଦିପୁର , ଜଗଦଳପୁର , ବେଡାରି ଗହିର ଅତିକ୍ରମ କରି ଦଳୁଆଣି ଗ୍ରାମ ନିକଟରେ ଜାମୁକୋଳି ମାହାର ଦେଇ ବଡପୋଖରୀ ଓ ହରିଜନ ବସ୍ତି ମଧ୍ୟରେ ଯାଇଥିବା ନାଳୀରେ ଅତିବାହିତ ହୋଇ ଅନ୍ତୋଇ ପୋଲରେ ପାସ କରି ସେଠାରୁ ଏବେବି ସୁରକ୍ଷିତ ଥିବା ଅଶୃଖଳା ପାଟନଳୀରେ ଟିକରପଙ୍ଗାଠାରେ ମହାନଦୀରେ ପ୍ରବାହୀତ ହୋଇଥାଏ । କିନ୍ତୁ ଦଳୁଆଣି ଗ୍ରାମରେ ଥିବା ଜାମୁକୋଳି ମାହାରା ସମେତ ହରିଜନ ବସ୍ତିରେ ଥିବା ନାଳୀକୁ ପୋତାଯାଇଥିବାରୁ ଉଦବୃତ ବର୍ଷାପାଣି ସହଜରେ ନିଷ୍କାସନ ହୋଇପାରୁନାହିଁ । ଅପରପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ବେଡାରୀ ଗହିର ବିଲରେ ଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାର ୨/୩ ଟି ପୋଲ କରାଯାଇ ଦଳୁଆଣି ଗ୍ରାମ ନିକଟରେ ଏକ ସ୍ଲୁଇଜ ଗୋଟ ନିର୍ମାଣ କରାଯିବାରୁ ଉଦବୃତ ବର୍ଷାଜଳର ତ୍ୱାରିତ୍ୱ ନିଷ୍କାସନ ହୋଇପାରୁନାହିଁ । ଦଳୁଆଣି ଗ୍ରାମ ନିକଟ ମହାଦେବ ମନ୍ଦିର ନିକଟରେ ଥିବା କଲଭଟ ଜରିଆରେ ସ୍ପଳ୍ପ ପରିମାଣର ବର୍ଷା ଜଳ ନିଷ୍କାସନ ହେଉଛି । ତେଣୁ ରଜ ପୁର୍ବରୁ ଗହିର ଜମିଗୁଡିକରେ ଖରିଫ ଧାନାଫସଲ ବୁଣା ହେବାରେ ଯୋଉଁ ବିଧିରହିଛି ତାହା ସମ୍ବବ ହୋଇପାରିବ ନାହିଁ ବୋଲି ଚାଷୀମାନେ କହିଛନ୍ତି । ରାଜ୍ୟ ସରକାରଙ୍କ ଡ୍ରେନେଜ ବିଭାଗ ଏହି ଗହୀର ଜମି ଗୁଡିକରେ ପ୍ରତିବର୍ଷ ରହୁଥିବା ଉଦବୃତ ବର୍ଷାପାଣି ନିଷ୍କାସନ ପାଇଁ ବିଧିବଧ ସ୍ଥାୟୀ ପଦକ୍ଷେପ ନେବାପାଇଁ ଚାଷୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *