Monday , March 27 2023
Breaking News
Home / ବିଶେଷ / ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା

କେନ୍ଦ୍ରାପଡ଼ା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କରୋନା ସଂକ୍ରମଣ ହୋଇଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି କୁଦାନଗରୀ ମହାପୁରୁଷଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ପଂଚାୟତର ଶୁଭ୍ରାନ୍ତ ମହାନ୍ତି, ସତ୍ୟାନନ୍ଦ ନାୟକ, ଅରୁନ୍ଧତୀ ରାଉତ, ବିଶ୍ୱନାଥ ସାହୁ, ହୃଷିକେଶ  ତ୍ରିପାଠୀ, ସଞ୍ଜିବ ଦାସ, ଅମିତ ଦାସ, ସେଖ ନୌସଦ ଅହମ୍ମଦ, କୈଳାସ ଜେନା, କାର୍ତିକ ସେଣ, ହୃଷିକେଶ ଶତପଥୀ, ପ୍ରମୋଦ ରାଉତ, ବୀରବର ବାରିକ, ରାଜନାରାୟଣ ମହାନ୍ତି, ହରିହର ସାହୁ ଓ ବାସୁଦେବ ଦାସ ପ୍ରମୁଖ ଶ୍ରୀ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରି କରୋନା ମୁକ୍ତ ନିମନ୍ତେ କୁଦାନଗରୀ ମହାପୁରୁଷଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.