Sunday , March 26 2023
Breaking News
Home / ବିଶେଷ / ଜୟତଳଙ୍ଗ ଠାରୁ ସାନନୟନପୁର ପାଇକା ନଦୀ ବନ୍ଧ ରାସ୍ତା ଟି ଠିକାଦାର ଓ ଯନ୍ତ୍ରୀ ଙ୍କ ଲେଉଟିଆ କିଆରୀ- ଭିଜିଲାନ୍ସ ତଦନ୍ତ ଦାବି

ଜୟତଳଙ୍ଗ ଠାରୁ ସାନନୟନପୁର ପାଇକା ନଦୀ ବନ୍ଧ ରାସ୍ତା ଟି ଠିକାଦାର ଓ ଯନ୍ତ୍ରୀ ଙ୍କ ଲେଉଟିଆ କିଆରୀ- ଭିଜିଲାନ୍ସ ତଦନ୍ତ ଦାବି

ଗରଦପୁର, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- ସୁକ ପାଇକା ନଦୀ ର ଉତରପାଶ୍ୱର୍ ବନ୍ଧରାସ୍ତା ଧାରିକିଲ ଠାରୁ ସାନ ନୟନପୁର (ଭାୟା ଜୟତଳଙ୍ଗ ) ର ଧାରିବିଲ ଠାରୁ ଜୟତଳଙ୍ଗ ହରିହର ପାଠାଗାର ପର୍ଯ୍ୟନ୍ତ ଗତ ଦୁଇ ବର୍ଷ ତଳେ ପିଚୁ କରାଯାଇଥିବାବେଳେ ଜୟତଳଙ୍ଗ ହରିହର ପାଠାଗାର ଠାରୁ ସାନନୟନପୁର ପର୍ଯ୍ୟନ୍ତ ନଦୀ ବନ୍ଧ ରାସ୍ତାଟି ଖାଲ ଖମା ରେ ପରିପୂର୍ଣ୍ଣ ହୋଇଛି । ଏହି ରାସ୍ତାରେ ଯାତାୟତ କରିବା ପାଇଁ ଲୋକେ ନିରାପଦ ମଣୁନାହାନ୍ତି । ଏହି ଦୁଇ କିମି ରାସ୍ତାକୁ ପିଚୁ କରିବା ପାଇଁ ଜୟତଳଙ୍ଗ ଶନିଦେବ ପୂଜନ ସମିତି ପକ୍ଷରୁ ଗତ ୨୦୧୯ ଡ଼ିସେମ୍ବର ମାସରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଚାବି କରାଯାଇଥିଲା । ଏବେ ଏହାକୁ ପିଚୁ କରାନଯାଇ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏହି ମରାମତି କାର୍ଯ୍ୟ ମଧ୍ୟ ଖାଲି ଟୁଥ ପାଲିସ୍ ଭଳି ଗଣ୍ଡାଏ ଗଣ୍ଡାଏ ଗୋଡ଼ି ପକାଇ ତା ଉପରେ ନାଲି ମୋରମ୍ ପକାଇ ମରାମତି ହେଉଛି ବୋଲି ଜୟତଳଙ୍ଗ ଶନିଦେବ ପୂଜନ ସମିତି ର ତତ୍ୱାବଧାରକ ତଥା ବରିଷ୍ଠ ସାମ୍ବାଦିକ ଦୀପ୍ତି ରଂଜନ କାନୁନଗୋ ଅଭିଯୋଗ କରିଚନ୍ତି । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏହି ରାସ୍ତାଟି ଜଳସମ୍ପଦ ବିଭାଗ ର ଯନ୍ତ୍ରୀ ଓ ଠିକାଦାରଙ୍କ ଲେଉଟିଆ କିଆରୀ ପାଲଟିଛି । ପ୍ରତି ଏକ ବର୍ଷ ଅନ୍ତରରେ ଏହି ରାସ୍ତାର ମରାମତି ନାମରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସରକାରୀ ଅର୍ଥକୁ ହରିଲୁଟ କରି ଖାଉଚନ୍ତି ହେଲେ ମରାମତି କାମ ହେବାର ମାତ୍ର ଦୁଇ ମାସ ମଧ୍ୟରେ ରାସ୍ତାର ଅବସ୍ଥା ଯଥା ପୂର୍ବଂ ତଥା ପରଂ ହେଉଛି । ଲୋକମାନେ ପୁଣି ଦୁଇ ବର୍ଷ ପର୍ଯ୍ୟନ୍ତ ମରାମତ୍ି ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି । ପୁଣି ଦୁଇ ମାସ ପରେ ଯାତାୟତରେ ଅସୁବିଧା ଭୋଗୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଯେତିକି ଟଙ୍କା ସରକାରୀ ତହବିଲ ହରିଲୁଟ ହୋଇଛି, ତାହାର କାଣିଚାଏ ଲୋକଙ୍କ କାମରେ ଲାଗୁନାହିଁ । ଏହାକୁ ଟେଣ୍ଡର ନକରି ପ୍ରତି ଦୁଇ ବର୍ଷରେ ମରାମତି ନାମରେ ଲେଉଟିଆ କିଆରୀ ଭଳି କାଟି ଖାଉଛନ୍ତି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର । ଏହି ନଦୀବନ୍ଧ ରାସ୍ତାଟି ପୁନ୍ଦାଳ ଜଳସମ୍ପଦ ସବଡ଼ିଭିଜନ୍ ଓ ଓରିକଂଟା କନିଷ୍ଠ ଯନ୍ତ୍ରୀ ଙ୍କ ଅଧିନରେ ରହିଛି । ଏହି ରାସ୍ତାରେ ଗତ ୧୦ ବର୍ଷ ଭିତରେ କେତେ ଟଙ୍କା ମରାମତି ନାମରେ ହରିଲୁଟ ହୋଇଛି, ତାହାର ଭୀଜିଲାନ୍ସ ତଦନ୍ତ ପରିସରଭୁକ୍ତ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାପାଳଙ୍କ ଠାରେ ଦୀପ୍ତିରଂଜନ କାନୁନଗୋ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.