Wednesday , December 8 2021
Home / ବିଶେଷ / ଚିତରଞ୍ଜନ ପଣ୍ଡିତଙ୍କ ସ୍ମୃତିରେ  ଶ୍ରଦ୍ଧାଞ୍ଜଳୀ

ଚିତରଞ୍ଜନ ପଣ୍ଡିତଙ୍କ ସ୍ମୃତିରେ  ଶ୍ରଦ୍ଧାଞ୍ଜଳୀ

ନିରାକାରପୁର, ୨୯/୦୫/୨୦୨୧(ଓଡ଼ିଶା ସମାଚାର)- ନିରାକାରପୁର ଶ୍ରୀରାମଦୟା ପରିଷଦ ତରଫରୁ ବରିଷ୍ଠ ସଭ୍ୟ ଚିତରଞ୍ଜନ ପଣ୍ଡିତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସଂପାଦକ ଗଙ୍ଗାଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାଗମରେ ଉପସଭାପତି ସତ୍ୟବାଦୀ ବଳବନ୍ତରାୟ, , ଡ଼. ମୃତ୍ୟୁଞ୍ଜୟ ରଥ,  ରମାନାଥ ଦାଶ, ସାରଙ୍ଗଧର ବଳିୟାରସିଂହ,ଲକ୍ଷ୍ମୀଧର ସାମନ୍ତରାୟ, ସର୍ବେଶ୍ୱର ପାହାଡ଼ାସିଂହ, ମହେନ୍ଦ୍ର କୁମାର ନରେନ୍ଦ୍ର ଓ ଅଶୋକ କୁମାର ବାହୁବଳେନ୍ଦ୍ର ଆଦି ଉପସ୍ଥିତ ରହି ସ୍ୱର୍ଗତ ପଣ୍ଡିତଙ୍କ ସ୍ମୃତିଚାରଣ କରି ତାଙ୍କ ଉଦଯୋଗ ଓ ଦାନଶୀଳତା ଉପରେ ଆଲୋକପାତ କରିବା ସହ ସହ ଆତ୍ମାର ସଦଗତି ପାଇଁ ଦୁଇମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ପଣ୍ଡିତଙ୍କ ଧର୍ମପତ୍ନୀ, ବିଶିଷ୍ଟା ସାହିତି୍ୟକା ନିରୁପମା ମହାପାତ୍ର ଓ ପରିବାରଙ୍କୁ ପରିଷଦ ପକ୍ଷରୁ ସମବେଦନା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *