କିଶନନଗର ୨୯/୦୫/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା) କଟକ ଜିଲ୍ଲା କିଶନନଗର ଥାନା ଈଶାଣୀବରହମପୁର ଅଞ୍ଚଳରେ ଜନୈକା ୧୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗହୋଇଛି । ଅଭିଯୋଗ ଆଣିଛନ୍ତି ଖୋଦ ନାବାଳିକାର ମାଆ। ନାବାଳିକା ଜଣକ ଶୌଚ ହେବା ପାଇଁ ପାଇଖାନାକୁ ଯାଇ ଫେରିବା ଡେରିହେବା କାରଣରୁ ମାଆ ପାଇଖାନା ପାଖକୁ ଯାଇଁ ଦେଖିଲା ବେଳକୁ ସେହି ଅଞ୍ଚଳର ଜଣେ ଯୁବକ ତାଙ୍କ ଝିଅ ସହ ଜୋର ଜବରଦସ୍ତି ଦୁଷ୍କର୍ମ କରୁଥିବା ସେ ଥାନା ରେ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ କିଶନନଗର ପୋଲିସ ଏକ ମାମଲା ରୁଜୁକରି ପୀଡିତାକୁ ଡାକ୍ତରୀମାଇନା କରିବା ପାଇଁ ପଠାଇବା ସହ ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଥିବାର ସୂଚନା ମିଳିଛି। ଓଡିଶା ସମାଚାର