Wednesday , May 31 2023
Home / ବିଶେଷ / କଟକ ବଡ଼ ଡ଼ାକ୍ତରଖାନା ରୁ ରୋଗୀ ଗାଏବ

କଟକ ବଡ଼ ଡ଼ାକ୍ତରଖାନା ରୁ ରୋଗୀ ଗାଏବ

ତାରପୁର, ୨୯/୦୫/୨୦୨୧(ଓଡ଼ିଶା ସମାଚାର)-କଟକ ବଡ଼ ମେଡ଼ିକାଲ ର କୋଭିଡ଼ ୧୯ ୱାର୍ଡ଼ ରୁ ଗୁରୁତର ରୋଗୀ ନିଖୋଜ ହୋଇଯାଇଛି । ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତର ଅନନ୍ତ ଚରଣ ସାହୁ (୭୦) ଗତ ୨୫ ତାରିଖରେ ଗୁରୁତର ହେବାରୁ ପ୍ରଥମେ ଆମ୍ବୁଲାନ୍ସରେ ଜଗତସିଂହପୁର ମେଡ଼ିକାଲ ନେବାପରେ ସେଠାକାର ମେଡ଼ିକାଲ ଡ଼ାକ୍ତର କଟକ ରେଫର କରିବାରୁ ମେଡ଼ିକାଲ ଆମ୍ବୁଲାନ୍ସରେ କୋଭିଡ଼ ୱାର୍ଡ଼ରେ ତାଙ୍କ ସାନ ପୁଅ ସାଡ଼ମିଶନ କରି କୋଭିଡ଼ ଗାଇଡ଼ ଲାଇନ୍ ଯୋଗୁ ବାହାରେ ରହିଥିଲେ । ଆଡ଼ମିଶନ ପରଠାରୁ ତାଙ୍କର ଭଲ ମନ୍ଦ ବୁଝିବାକୁ ଯେତେ ଚେଷ୍ଟା କରି ନିରାଶ ହେବାରୁ ପଚରା ପଚରି କରିବାରୁ ତମ ରୋଗୀ ଏଠାରେ ନାହିଁ ବୋଲି କହିବାରୁ ତାଙ୍କ ଦୁଇ ପୁଅ ବାପାଙ୍କ ନିଖୋଜ ଘଟଣାରେ ମି୍ରୟମାଣ ହୋଇପଡ଼ିଛନ୍ତି । ଏ ବିଷୟକୁ ନେଇ ସରକାର ଓ ମେଡ଼ିକାଲ ପ୍ରଶାସକଙ୍କ କୋଭିଡ଼ ଚିକିତ୍ସା ଉପରେ ସନ୍ଦେହ ସୃଷ୍ଟି ହୋଇଛି । ସରକାରଙ୍କ ଦାୟିତ୍ୱହିନତା ଯୋଗୁ ଗୋଟିଏ ପରିବାର ଛାରଖାର ହୋଇଗଲା ବୋଲି ଅଂଚଳରେ ଚର୍ଚ୍ଚା ଯୋର ଧରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.