Sunday , March 26 2023
Breaking News
Home / ବିଶେଷ / ଆଳି ବ୍ଲକର ଏକ ଆବଦ୍ଧ ଘରୁ ନାବାଳିକା ଉଦ୍ଧାର

ଆଳି ବ୍ଲକର ଏକ ଆବଦ୍ଧ ଘରୁ ନାବାଳିକା ଉଦ୍ଧାର

କେନ୍ଦ୍ରାପଡ଼ା, ୨୯/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର ବାଟିପଡା ଗ୍ରାମର ଏକ ଆବଦ୍ଧ ଗୃହରୁ ଜନୈକ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସଂପୃକ୍ତ ନାବାଳିକାଙ୍କୁ ଜଣେ ୨୦ ବର୍ଷର ଯୁବକ ଏକ ଆବଦ୍ଧ ଘରେ ଲୁଚାଇ ରଖିଥିବାର ଖବର କୌଣସି  ସୂତ୍ରରୁ  ପାଇବା ପରେ ଆଳି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ(ସିଡିପିଓ)  କଳ୍ପନା ଧଳ ଓ ଚାଇଲ୍ଡ ଲାଇନ୍ ସଂଯୋଜକ ରାକେଶ କୁମାର ବାରିକ ପ୍ରମୁଖ ପୁଲିସ ସହାୟତାରେ ଘଟଣା ସ୍ଥଳଳେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ କେନ୍ଦ୍ରାପଡ଼ା ସ୍ଥିତ ଶିଶୁ ମଙ୍ଗଳ ସମିତିିରେ ହାଜର କରାଯାଇଥିଲା । ପରେ ଉଭୟ ଯୁବକ ଓ ନାବାଳିକାଙ୍କ କରୋନା ପରୀକ୍ଷା କରାଯିବା ପରେ ଉଭୟଙ୍କ ନେଗେଟିଭ ରିପୋର୍ଟ ଆସିବାରୁ ନାବାଳିକାଙ୍କୁ କୋରୁଆ ସ୍ଥିତ ପଲ୍ଲୀଶ୍ରୀ ମହିଳା ସମିତିରେ ରଖାଯାଇଥିଲା । ଉଭୟଙ୍କର ଡାକ୍ତରୀମାଇନା କରାଯିବା ପରେ ଉଭୟଙ୍କୁ ଜେଜେବି କୋର୍ଟରେ ହାଜର କରାଯାଇ  ସିଆରପିସିର ୧୬୪ ଧାରାରେ  ବୟାନ ରେକର୍ଡ କରାଯିବ ବୋଲି ଶିଶୁ ମଙ୍ଗଳ ସମିତି ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାଇ  ସଂପୃକ୍ତ  ନାବାଳିକାଙ୍କ  ବାପା କଟକ ଜଗତପୁରରେ ରହି ଏକ କମ୍ପାନୀରେ କାମ କରୁଥିବା ବେଳେ ସଂପୃକ୍ତ ଯୁବକ ଜଣକ ମଧ୍ୟ ସେଠାରେ ରହି କାମ କରୁଥିଲେ । ଏହା ମଧ୍ୟରେ ନାବାଳିକାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେ ସଂପୃକ୍ତ ନାବାଳିକାଙ୍କୁ ସେଠାରୁ ଆଣି ଆଳିରେ ଲୁଚାଇ ରଖିଥିଲେ । ଏସମ୍ପର୍କରେ  ଆଳି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଧଳଙ୍କ ଅଭିଯୋଗକୁ ଭିତିି କରି ଆଳି ଥାନାରେ ୧୫୯/୨୦୨୧ରେ ଆଇ.ପି.ସି.ର ଧାରା ୩୬୩ରେ ଏକ ମାମଲା ରୁଜୁ କରାଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.