କେନ୍ଦ୍ରାପଡ଼ା, ୨୮/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା- ଇନ୍ଦୁପୁର ମୁଖ୍ୟରାସ୍ତାର ମଦନ ବେହେରା ଛକ ଠାରୁ ଚାରିଗାଁ ଗ୍ରାମର ବଡ କେନାଲ ପର୍ଯ୍ୟନ୍ତ ରାସ୍ତା ସଂଯୋଗ ହେବାକୁ ଯାଉଛି । ଦୀର୍ଘ ୧୫ବର୍ଷ ଧରି ଅଧାରୁ ବନ୍ଦ ଥିବା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ୨୦୦୪ମସିହାରେ ରାଜ୍ୟ ସରକାରଙ୍କ ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଦେବାଶିଷ ନାୟକଙ୍କ ଦ୍ୱାରା ୭କିଲୋମିଟର ଲମ୍ବର ଏହି ରାସ୍ତାଟିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସବୁଦିନିଆ ରାସ୍ତା ଭାବରେ ନିର୍ମାଣ କରାଯିବାକୁ ଅର୍ଥ ମଞ୍ଜୁର କରାଯାଇ ନିର୍ଦେଶ ପ୍ରଦାନ କରାଯାଇଥିଲା । ସେହି ରାସ୍ତାର ଅର୍ଦ୍ଧେକ ନିର୍ମାଣ ସରିବା ପରେ ବାକି ଅଂଶର ରାସ୍ତା କେତେକ ବ୍ୟକ୍ତିଗତ ଜମି ମାଲିକାନା ସମସ୍ୟାକୁ ନେଇ ବନ୍ଦ ରହିଥିଲା । ସଂପୃକ୍ତ ଜମି ମାଲିକମାନେ ଉଭୟ ପାଶ୍ୱର୍ରେ ୨୦କଡି ଲମ୍ବ ଅର୍ଥାତ ଏ୦୩୨ଡେସିମିଲ ଜମି ଚାରିଗାଁ ଗ୍ରାମପଂଚାୟତକୁ ସରପଂଚଙ୍କ ମାଧ୍ୟମରେ ଚୁକ୍ତିପତ୍ର ଦ୍ୱାରା ରାସ୍ତା ନିର୍ମାଣ ପାଇଁ ସମର୍ପଣ କରିଦେଇଛନ୍ତି । ଏହା ପଂଚାୟତର ଅଧିବେଶନରେ ମଧ୍ୟ ଲିପିବଦ୍ଧ ହୋଇଛି । ସେହି ଜମିଦାନ କରିଥିବା ପ୍ରଫୁଲ୍ଲ କୁମାର ଜେନା, ପ୍ରସାଦ ଜେନା, ମନୋରଞ୍ଜନ ସାମଲ, ଦୁର୍ଯେ୍ୟାଧନ ସାମଲ, ନିଧର ଦାସ, ମୁରଲିଧର ଦାସ, ବାବାଜୀ ମଳିକ ପ୍ରଭୃତି ବ୍ୟକ୍ତିମାନଙ୍କୁ ୫ନମ୍ବର ଜୋନ ପକ୍ଷରୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲା ପରିଷଦ ସଭ୍ୟା ରେଶ୍ମୀ ଚକ୍ରବର୍ତୀ । ଏଥିସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ କର୍ତୃପକ୍ଷଙ୍କୁ ସେହି ରାସ୍ତାର ନିର୍ମାଣ କାର୍ଯ୍ୟ ବର୍ଷାଋତୁ ପୂର୍ବରୁ ଆରମ୍ଭ କରାଯାଇ ଶେଷ କରାଯିବାକୁ ୮ଟି ପଂଚାୟତର ସରପଂଚଙ୍କ ସମେତ ବୁଦ୍ଧିଜୀବୀ ଓ ସଭ୍ୟା ଶ୍ରୀମତୀ ଚକ୍ରବର୍ତୀ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …