Wednesday , December 8 2021
Home / ବିଶେଷ / ସଂଗ୍ରାମୀ ନଟବର କାନୁନଗୋଙ୍କ ଦେହାନ୍ତ

ସଂଗ୍ରାମୀ ନଟବର କାନୁନଗୋଙ୍କ ଦେହାନ୍ତ

କେନ୍ଦ୍ରାପଡ଼ା, ୨୮/୦୫/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଜମପଡା ପଂଚାୟତର ସ୍ୱାଧୀନତା ସଂଗ୍ରାମୀ ନଟବର କାନୁନଗୋଙ୍କ ୯୬ବର୍ଷ ବୟସରେ ହୃଦଘାତରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ (ଦଳଅନ୍ତା)ଜମପଡାସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ସେ ୯୬ବର୍ଷ ବୟସରେ ମଧ୍ୟ ଚଳଚଂଚଳ ଥିଲେ । ସ୍ୱର୍ଗତ କାନୁନଗୋ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଏକାନ୍ତ ଅନୁଗତ ଥିଲେ । ସେ କରିଲୋପାଟଣା କଲେଜ ଓ କୋରୁଆ ମହିଳା କଲେଜ ପରିଚାଳନା ସମିତିର ସଭ୍ୟ ଭାବରେ କାର୍ଯ୍ୟ ନିର୍ବାହ କରିବା ସହ ବହୁ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ । ସେ ସ୍ୱାଧୀନତା ସଂଗ୍ରାମୀ ଭତାକୁ ପ୍ରତ୍ୟାକ୍ଷାନ କରିଦେଇଥିଲେ । ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି ଶୋକବ୍ୟକ୍ତ କରିବା ସହିତ ପ୍ରତିକ୍ରୀୟାରେ କହିଛନ୍ତି ଯେ ଆମ ଜିଲ୍ଲାର ଜଣେ ସଚ୍ଚୋଟ ଓ ନିର୍ଭିକ ବ୍ୟକ୍ତିଙ୍କୁ ଆମେ ହରାଇଲେ । ତାଙ୍କ ବିୟୋଗରେ ଡାକ୍ତର ବିଶ୍ୱ ପ୍ରକାଶ କାନୁନଗୋ, ଡାକ୍ତର ଅଲେଖ ଚନ୍ଦ୍ର ଦାସ, ଜୟନ୍ତ ମହାନ୍ତି, ସମବାୟବୀତ ପ୍ରମୋଦ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ, ସୁଶିଲ ସାମଲ, ଜ୍ଞାନବଲ୍ଲଭ ମହାନ୍ତି, ଗାୟକ ଭୂଷଣ ଗୋପବନ୍ଧୁ ନାଥ, ଗୋଲଖ ପଢିଆରୀ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ପରିବାରଜନଙ୍କୁ ସମବେଦନା ଜଣାଇଛନ୍ତି । ଗ୍ରାମ୍ୟ ଶ୍ମସାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *