ପାରାଦୀପ ୨୮/୦୫/୨୦୨୧(ଓଡ଼ିଶା ସମାଚାର)-ପ୍ରତ୍ୟେକ ବର୍ଷ ମେ ମାସ ୨୮ ତାରିଖ କୁ ବିଶ୍ୱ କ୍ଷୁଧା ଦିବସ ଭାବେ ପାଳନ କରାଯାଇଥାଏ । ଏହିକ୍ରମ ରେ ପାରାଦୀପ ର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ କେୟାର ଆଣ୍ଡ ସେୟାର ଟ୍ରଷ୍ଟ ପକ୍ଷରୁ ମାନସିକ ବିକାରଗ୍ରସ୍ତ ଓ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରାଯାଇଛି । ଟ୍ରଷ୍ଟ ର ସଭାପତି ରବିନ୍ଦ୍ର କୁମାର ଙ୍କ ସମେତ ଅନ୍ୟ ସଦସ୍ୟମାନେ ପାରାଦୀପ ର ବିଭିନ୍ନ ସ୍ଥାନ ବୁଲି ମାନସିକ ବିକାରଗ୍ରସ୍ତ ଓ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଂଟନ କରିଥିଲେ । ଗତ ବର୍ଷର ବାତ୍ୟା ଅମ୍ଫାନ୍ ଓ ଚଳିତ ବର୍ଷ ର ବାତ୍ୟା ୟାଶ୍ ପାରାଦୀପ ର ବିଭିନ୍ନ ଆଶ୍ରୟସ୍ଥଳ ରେ ଥିବା ଲୋକମାନଙ୍କୁ ପୌରପାଳିକା ସହାୟତା ରେ ରନ୍ଧା ଖାଦ୍ୟ ବଂଟନ କରି ପ୍ରଶଂସିତ ହୋଇଛି ପାରାଦୀପ ର ଏହି ଅଗ୍ରଣୀ ଅନୁଷ୍ଠାନ । ଓଡ଼ିଶା ସମାଚାର