ପାରାଦୀପ ୨୮/୦୫/୨୦୨୧(ଓଡ଼ିଶା ସମାଚାର)-ବାତ୍ୟା ୟାଶ୍ ଯିବାର ଦୁଇ ଦିନ ପରେ ପାରାଦୀପ ର ବିଭିନ୍ନ ବସ୍ତି ରେ ଲୋକମାନଙ୍କ ର ଚାଳଛପର ଉଡିଯାଇଥିଲା । ବାତ୍ୟା ଯିବା ପରେ ଲୋକମାନଙ୍କୁ ଲାଗିଛି ଘର ଛପର ର ଚିନ୍ତା । ପାରାଦୀପ ର ଷଣ୍ଢକୁଦ ବସ୍ତି, ନୂଆବଜାର ବସ୍ତି, ଅଠରବାଙ୍କୀ ର ଲକ ପଡା ଆଦି ଅଂଚଳ ରେ ବହୁ ଲୋକ ଚାଳ ଘରେ ରହିଥାନ୍ତି । ବାତ୍ୟା ୟାଶ୍ ର ପ୍ରଭାବ ରେ ବହୁ ସ୍ଥାନ ରେ ଘର ର ଚାଳ ଉଡିଯାଇଥିଲା । ବାତ୍ୟା ଯିବା ପରେ ଲୋକମାନେ ଏବେ ଘର ଛପର ରେ ଲାଗି ପଡିଛନ୍ତି । ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳିଛି । ଘର ସଜାଡିବା ପରେ ପୁଣି ଆରମ୍ଭ ହେବ ସେମାନଙ୍କ ଜୀବନ । ପାରାଦୀପ ର ବିଭିନ୍ନ ବସ୍ତିମାନଙ୍କ ରେ ଛୋଟ ଛୋଟ ଚାଳ ଘରେ ଲୋକମାନେ ପରିବାର ସହ ରହୁଛନ୍ତି । ଶ୍ରମିକ ତଥା ଦିନମଜୁରିଆ ଶ୍ରେଣୀ ର ଏହି ଲୋକମାନେ ବାତ୍ୟା ପରେ ଏହି ଭଳି ଭାବେ ପ୍ରତ୍ୟେକ ଥର ଘର ସଜାଡି ଥାନ୍ତି । ଓଡ଼ିଶା ସମାଚାର