Saturday , December 10 2022
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୪୮୭କରୋନା ପଜିଟିଭ

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୪୮୭କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୨୮/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ଶୁକ୍ରବାର ୪୮୭ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ   ଆଳି ବ୍ଲକରେ ୩୦ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୬୩,  ଗରଦପୁର ବ୍ଲକରେ ୪୨, କେନ୍ଦ୍ରାପଡା ବ୍ଲକରେ ୮୦, ମହାକାଳପଡା ବ୍ଲକରେ ୬୭, ମାର୍ଶାଘାଇ ବ୍ଲକର ୭୭, ପଟ୍ଟାମୁଣ୍ଡାଇ ବ୍ଲକରେ ୬୯, ରାଜକନିକା ବ୍ଲକରେ୨୦, ରାଜନଗର ବ୍ଲକର ୨୯ ଏବଂ  କେନ୍ଦ୍ରାପଡା ପୈାରାଳରେ ୧୦ ଜଣ  କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଜିଲ୍ଲାର କରୋନା ସଂକ୍ରମଣ ସର୍ବାଧିକ ହୋଇଥିବାର ଦେଖାଯାଇଥିବା ବେଳେ କରୋନା କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.