Tuesday , May 30 2023
Breaking News
Home / ବିଶେଷ / ଏନଓସି ଫାଉଣ୍ଡେସନ ପକ୍ଷରୁ ବସ୍ତି ବାସିନ୍ଦା ଙ୍କୁ ଶୁଖିଲା ଖାଦ୍ୟ ବଂଟନ

ଏନଓସି ଫାଉଣ୍ଡେସନ ପକ୍ଷରୁ ବସ୍ତି ବାସିନ୍ଦା ଙ୍କୁ ଶୁଖିଲା ଖାଦ୍ୟ ବଂଟନ

ପାରାଦୀପ ୨୮/୦୫/୨୦୨୧(ଓଡ଼ିଶା ସମାଚାର)-ଏନଓସି ଫାଉଣ୍ଡେସନ ପକ୍ଷରୁ ସାମୁଦ୍ରିକ ବାତ୍ୟା ୟାଶ୍ ପ୍ରଭାବିତ ବସ୍ତି ବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଛି ।  ଫାଉଣ୍ଡେସନର ରାଜ୍ୟ ଶାଖା ସଂଯୋଜିକା ଶୈଳେନ୍ଦ୍ରୀ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସଦସ୍ୟ ଓ ସଦସ୍ୟାମାନେ ପାରାଦୀପ ମଧୁବନ କେବିନ୍ ମାର୍କେଟ୍ ସମ୍ମୁଖ ବସ୍ତି ରେ ପହଂଚି ଶୁଖିଲା ଖାଦ୍ୟ ଓ ମାସ୍କ  ବଂଟନ କରିଥିଲେ । ରାଜ୍ୟ ଉପେଦଷ୍ଟା ଅନିଲ କୁମାର ସେନାପତି, ସଦସ୍ୟ ପ୍ରଶାନ୍ତ ମଲ୍ଲିକ, ସ୍ୱର୍ଣ୍ଣଲତା ରାଉତ, ସୁକାନ୍ତି ମଲ୍ଲିକ, ପ୍ରତିମା ସାମନ୍ତରାୟ ପ୍ରମୁଖ ସାମିଲ ହୋଇ ବସ୍ତି ବାସିନ୍ଦା ଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଆଗାମୀ ଦିନ ରେ ପାରାଦୀପ ବିଭିନ୍ନ ବସ୍ତି ମାନଙ୍କରେ ଅସହାୟ ଲୋକମାନଙ୍କୁ ଶୁଖୁଲା ଖାଦ୍ୟ ବଂଟନ କରାଯିବ ବୋଲି  ଫାଉଣ୍ଡେସନର ରାଜ୍ୟ ସଂଯୋଜିକା ଶୈଳେନ୍ଦ୍ରୀ ସେନାପତି କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.