Monday , September 25 2023
Breaking News
Home / ବିଶେଷ / ରାସ୍ତା ମଝିରେ ଭଙ୍ଗା କଲଭର୍ଟ

ରାସ୍ତା ମଝିରେ ଭଙ୍ଗା କଲଭର୍ଟ

ଭୁବନ ୨୭/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନ ଏନଏସି ଅନ୍ତର୍ଗତ ନୂଆବଜାର ସଂଲଗ୍ନ ୱାର୍ଡ ନଂ ୫ ଓ ୬ ମଧ୍ୟବର୍ତି ସ୍ଥାନ ଅନିଲ କ୍ଲଥ ଷ୍ଟୋର ନିକଟରେ ରାସ୍ତା ମଝିରେ କଲଭର୍ଟ ଟି ଭାଙ୍ଗିଯାଇଥିବାରୁ ପଥଚାରୀ ଓ ବାଇକ ଆରୋହୀ ମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅଧିକାଂଶ ଲୋକ ଭଙ୍ଗା କଲଭର୍ଟରେ ଗଳି ପଡୁଛନ୍ତି । ଏ ସଂପର୍କରେ ଏନଏସି କନିଷ୍ଠ ଯନ୍ତ୍ରୀ ଙ୍କୁ ବାରମ୍ବାର ଅବଗତ କରାଯିବା ସତ୍ୱେ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନାହିଁ । ତେବେ ଏନଏସି ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ପ୍ରଭାସ କୁମାର ବେହୁରା ଙ୍କୁ ପଚାରିବାରୁ ଖୁବଶୀଘ୍ର ସେ ଜେ.ଇ ଙ୍କୁ ପଠାଇ ମରାମତି କରିବେ ବୋଲି କହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *