ଭୁବନ ୨୭/୦୫/୨୦୨୧(ଓଡ଼ିଶା ସମାଚାର)-ବାତ୍ୟା ୟାସ ରେ ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ପଂଚାୟତର କୁଣ୍ଡା-ଅଁଳାଝାରୀ (୨ କିମି) ରାସ୍ତା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏହି ମାଟି ମୋରମ ରାସ୍ତାର କିଛି ଅଂଶ ଧୋଇ ହୋଇଯାଇଛି । ଫଳରେ ଲୋକମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାଟିକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପକ୍କା ରାସ୍ତା କରିବାକୁ ସରପଂଚ ଅଶୋକ ଦତ ଦାବି କରିଛନ୍ତି । ଓଡ଼ିଶା ସମାଚାର