କେନ୍ଦ୍ରାପଡ଼ା, ୨୭/୦୫/୨୦୨୧(ଓଡ଼ିଶା ସମାଚାର)- ଗୋଟିଏ ପଟରେ ମହାମାରୀ ‘କରୋନା’ର ଭୟ ତ ଅନ୍ୟ ପଟରେ ବାତ୍ୟା ‘ୟାସ’ର ଭୟରେ ଭୋକ ଉପାସରେ ନିଜ କୁଡିଆ ଘର ଭିତରେ ଦୀର୍ଘ ୩ଦିନଧରି ବର୍ଷା ପବନର ପ୍ରକୋପରେ ପେଶିହୋଇ ଭୀକ୍ଷାବୃତି ନକରିପାରି ଜୀବିକା ହରାଇବା ସହିତ ପିଳାଛୁଆଙ୍କୁ ଧରି କ୍ଷୁଧା ନିବାରଣ ପାଇଁ ଡହଳବିକଳ ହେଉଥିବା କେନ୍ଦ୍ରାପଡାର ଦୁହୁରିଆ ନିକଟସ୍ଥ କୁଷ୍ଠ କଲୋନୀରେ ରହୁଥିବା ୧୦/୧୨ଟି ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ସମାଜସେବୀ ଡାକ୍ତର ଅବନିନ୍ଦ୍ର ପରିଡା ଏବଂ ଶିକ୍ଷାବୀତ ପାର୍ଥସାରଥୀ ବେହେରା ସେଠାରେ ପହଂଚି ଶୁଖିଲା ଖାଦ୍ୟ ପୁଡିଆ ସମେତ ମାସ୍କ, ସାନିଟାଇଜର, ମହମବତୀ ଓ ଦିଆସିଲି ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର