Wednesday , October 4 2023
Breaking News
Home / ରାଜନୀତି / ବାତ୍ୟାଂଚଳ ଗସ୍ତରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

ବାତ୍ୟାଂଚଳ ଗସ୍ତରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା, ୨୭/୦୫/୨୦୨୧(ଓଡ଼ିଶା ସମାଚାର)- ବାତ୍ୟା ୟାସ ପରେ କେନ୍ଦ୍ରାପଡା ଗସ୍ତରେ ଆସି ପହଂଚିଛନ୍ତି ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡାରେ ପହଂଚି ବାତ୍ୟାର ପରବର୍ତୀ ସ୍ଥିତି ସମ୍ପର୍କରେ ଲୋକମାନଙ୍କୁ ଭେଟି ପଚାରି ବୁଝିଛଥିଲେ ।  ଜିଲ୍ଲାର ରାଜନଗର ଓ ରାଜକନିକା ବ୍ଲକର ବାତ୍ୟା ପ୍ରଭାବିତ  ବିଭିନ୍ନ ଅଂଚଳ ଗସ୍ତକରି କ୍ଷତିଗ୍ରସ୍ତ ଲୋକଙ୍କଙ୍କ ଠାରୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।  ବାତ୍ୟା ପରବର୍ତୀ ସ୍ଥିତି ସମ୍ପର୍କରେ ଲୋକଙ୍କ ଠାରୁ ପଚାରି ବୁଝିବା ପରେ ରିଲିଫ ଓ ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ବାତ୍ୟା ପ୍ରଭାବରେ ବାସଗୃହ ହରାଇଥିବା ବିପନ୍ନଙ୍କ ଥଇଥାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ପଣ୍ଡା ପ୍ରତିକ୍ରୀୟାରେ କହିଛନ୍ତି ଯେ ସରକାରଙ୍କ ବାତ୍ୟା ପୂର୍ବର ପ୍ରସ୍ତୁତି ଠିକ୍ ଠାକ୍  ଥିଲା । ବିଜେପି ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତମାନଙ୍କୁ  ସହାୟତା ପ୍ରଦାନ କରାଯାଉଛି । ଏଥିସହିତ କେନ୍ଦ୍ର ଗୃହମନ୍ତ୍ରୀ ବାତ୍ୟାର ସମୀକ୍ଷା କରି ସହାୟତା ପ୍ରଦାନ କରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କୁ କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ସୁନାକର ବେହେରା ଓ ଗଗନ ବିହାରୀ ସାହୁ ପ୍ରମୁଖ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *