Sunday , December 5 2021
Home / ବିଶେଷ /     ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ କାଳନ୍ଦି ସାହୁ ଙ୍କ ପରଲୋକ

    ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ କାଳନ୍ଦି ସାହୁ ଙ୍କ ପରଲୋକ

 ଭୁବନ,୨୭/୦୫/୨୦୨୧(ଓଡ଼ିଶା ସମାଚାର)- ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ,ବାଜିରାଉତ ସ୍ମୃତି ପରିଷଦର ସ୍ଥାୟୀ ସଭାପତି,ଗାନ୍ଧୀବାଦୀ ତଥା ପୂର୍ବତନ କାଉନସିଲର କାଳନ୍ଦି ସାହୁ ଆଉ ନାହାଁନ୍ତି । ଗତକାଲି ରାତି ସାଢେ ଗୋଟାଏ ସମୟରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ସେ ଗତ କିଛିଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । କାଳନ୍ଦି ବାବୁଙ୍କ ବିୟୋଗ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ୨ ନମ୍ବର ୱାର୍ଡ କଲେଜ ରୋଡ ସ୍ଥିତ ତାଙ୍କ  ବାସଭବନରେ ପହଁଚି ଅନ୍ତିମ ଦର୍ଶନ କରିବା ସହିତ   ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏକମାତ୍ର ପୁତ୍ର ତୁଷାରଗାନ୍ଧୀ ସାହୁ ମୁଖାଗ୍ୱି ଦେଇଥିଲେ । କାଳନ୍ଦି ବାବୁ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ସେ ୧୯୯୭ ରୁ ୨୦୦୨ ପର୍ଯ୍ୟନ୍ତ ୧୧ ନମ୍ବର ୱାର୍ଡର କାଉନସିଲର ଭାବେ କାର୍ଯ୍ୟ କରିଥିଲେ ଓ ତାଙ୍କରି ପ୍ରଚେଷ୍ଟାରେ ୫୩ ନମ୍ବର ଜାତୀୟ ରାଜପଥର କାଳୀବଜାର ଠାରେ ସହିଦ ବାଜିରାଉତଙ୍କ ପ୍ରତିମୂର୍ତୀ ସ୍ଥାପନ କରାଯାଇଥିଲା । ସ୍ୱର୍ଗତ ସାହୁ ଏକାଧାରରେ ଜଣେ ସ୍ୱାଧିନତା ସଂଗ୍ରାମୀ,ସ୍ୱାଭିମାନୀ,ଗାନ୍ଧୀବାଦୀ,ମିଷ୍ଟଭାସୀ,ପରୋପକାରୀ ଓ ଦୟାଳୁ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ାରେ ଜୱାଦ ବାତ୍ୟା ପାଇଁ ୪୮୨ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ପଶ୍ଚିମ କେନ୍ଦ୍ରୀୟ ବେଙ୍ଗାପସାଗରରେ ସ୍ପଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ‘ଜୱାଦ’ ବାତ୍ୟାର ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା …

Leave a Reply

Your email address will not be published. Required fields are marked *