ଭୁବନ,୨୭/୦୫/୨୦୨୧(ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ୟାଶ ବିପଦ ଟଳିଯାଇଛି । ଭୁବନ ବ୍ଲକରେ ସେମିତି କୌଣସି କ୍ଷୟକ୍ଷତି ହୋଇନାହିଁ । । ମଙ୍ଗଳବାର ରାତି ୧୦ ଘଟିକା ପରଠାରୁ ବୁଧବାର ଅପରାହ୍ୱ ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ପବନ ଲାଗିରହିଥିଲା । ବାତ୍ୟା ପାଇଁ ଏସଆରସି ଭୁବନ ବ୍ଲକ କୁ ଆଲର୍ଟ କରିବା ପରେ ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରଦାର ହୋଇଥିଲା । ଭୁବନ ବ୍ଲକର ନଦୀକୂଳିଆ ଅଂଚଳର ଲୋକମାନଙ୍କୁ ମାଇକ ଯୋଗେ ସତର୍କ କରାଇବା ସହିତ ସୁରକ୍ଷିତ ତଥା ନିରାପଦ ସ୍ଥାନକୁ ଯିବା ପାଇଁ କୁହାଯିବା ସହିତ କଚ୍ଚାଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରାଯାଇଥିଲା । ୨୦୧୦ ଲୋକଙ୍କୁ ଚିହ୍ନଟ କରାଯାଇ ବାତ୍ୟା ଆଶ୍ରୟସ୍ଥଳ ସମେତ ବିଭିନ୍ନ ସ୍କୁଲ,କମୁ୍ୟନିଟି ସେଣ୍ଟରରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଇଥିଲା । ବିଡିଓ ଆଶୀର୍ବାଦ ପରିଡା ଙ୍କ ନିର୍ଦ୍ଧେଶ କ୍ରମେ ସମଗ୍ର ୧୮ ଟି ପଂଚାୟତ ପାଇଁ ୪ ଟି ଏନଜିଓ ସ୍ୱେଚ୍ଛାସେବୀ ଙ୍କ ସମେତ ୧୦ ଜଣ ବ୍ଲକ କର୍ମଚାରୀଙ୍କୁ ବାତ୍ୟା ୟାଶ ଡ୍ୟୁଟିରେ ନିୟୋଜିତ ରହିଥିଲେ । ସମସ୍ତ ସରପଂଚ,ପଂଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ମଧ୍ୟ ଆଲର୍ଟ /ସଜାଗ ରହି ଲୋକଙ୍କୁ ଉଦ୍ଧାର କାର୍ଯ୍ୟ,ରିଲିଫ,ରନ୍ଧାଖାଦ୍ୟ,ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲେ । ସେହିପରି ଭୁବନ ଏନଏସି ତରଫରୁ ୫ ଟି ସ୍କୁଲ ଓ ବାଜିରାଉତ କଲ୍ୟାଣ ମଣ୍ଡପରେ ୧୧୨୭ ଲୋକଙ୍କୁ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଇଥିଲା । ଏନଏସିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ତହସିଲଦାର ପ୍ରଭାସ କୁମାର ବେହୁରା ଜଣାଇଛନ୍ତି । ଓଡ଼ିଶା ସମାଚାର