କେନ୍ଦ୍ରାପଡ଼ା, ୨୭/୦୫/୨୦୨୧(ଓଡ଼ିଶା ସମାଚାର)- ଜେଇଏସଏସ ଫାଉଣ୍ଡେସନ ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଂଚଳର ତନୁପୁର ଗ୍ରାମର ୩ ଓ ୪ ନମ୍ବର ୱାର୍ଡର ବାତ୍ୟା ଆଶ୍ରୟସ୍ଥଳିରେ ଥିବା ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ,ମାସ୍କ ଓ ସାନିଟାଇଜର ପ୍ରଭୃତି ବଂଟନ କରାଯାଇଛି । ଫାଉଣ୍ଡେସନର ସାମାଜିକ ଗଣମାଧ୍ୟମ ସଂଯୋଜିକା ପୁଷ୍ପାଞ୍ଜଳି ପାତ୍ର, ସମ୍ପାଦକ ପ୍ରିୟବତ ପାଢୀ, ସଭ୍ୟ ସ୍ମୃତିରଞ୍ଜନ ପାଢୀ ପ୍ରମୁଖ ବାତ୍ୟା ଆଶ୍ରୟସ୍ଥଳିରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଓଡ଼ିଶା ସମାଚାର