ଭୁବନ ୨୭/୦୫/୨୦୨୧(ଓଡ଼ିଶା ସମାଚାର)-ଭୁବନ ବ୍ଲକ ବିଜୁ ଜନତା ଦଳ ତରଫରୁ ଆଜି କରୋନା ସଚେତନତା ରଥ ର ଶୁଭାରମ୍ଭ ହୋଇଛି । ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ,ଏକତାଳି ସମିତିସଭ୍ୟ ଅମୁଲ୍ୟ ଦ୍ୱିବେଦୀ,ଜିଲ୍ଲା ପରିଷଦ ସଭ୍ୟ ପ୍ରବୋଧ ଦାଶ ପ୍ରମୁଖ ଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ସଚେତନତା ରଥ କୁ ଉଦଘାଟନ କରିଥିଲେ । ମହାମାରୀ କରୋନାରୁ ରକ୍ଷା ପାଇବାକୁ ହେଲେ ମାସ୍କ,ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା କରିବା ଅପରିହାର୍ଯ୍ୟ । ଏତଦବ୍ୟତିତ ସରକାରଙ୍କ ନିର୍ଦ୍ଧେଶମତେ ଗ୍ରାମାଂଚଳ ଓ ସହରାଂଚଳର ପ୍ରତି ଘରକୁ ଅଙ୍ଗନୱାଡି ଏବଂ ଆଶା କର୍ମୀ ମାନେ ସର୍ଭେ ପାଇଁ ଯିବା ସମୟରେ ଜନସାଧାରଣ ସେମାନଙ୍କୁ ସଠିକ ତଥ୍ୟ ଦେଇ ସହଯୋଗ କରିବା ଉଦ୍ଧେଶ୍ୟରେ ଲୋକଙ୍କୁ ସଚେତନ କରିବା ପାଇଁ ରଥ ପରିକ୍ରମା କରିବ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀଯୂକ୍ତ ବରାଳ କହିଥିଲେ । ଓଡ଼ିଶା ସମାଚାର