Sunday , December 5 2021
Home / ବିଶେଷ / ବାଲିଗୁଡା:ବନବାସୀ ସେବା ସମିତି ର ୫୦ତମ ପ୍ରତିଷ୍ଠା ଦିବସ ପାଳନ

ବାଲିଗୁଡା:ବନବାସୀ ସେବା ସମିତି ର ୫୦ତମ ପ୍ରତିଷ୍ଠା ଦିବସ ପାଳନ

ବାଲିଗୁଡା,୨୬/୦୫.( ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ପୁରାତନ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ର ୫୦ତମ ପ୍ରତିଷ୍ଠା ଦିବସ ଏବଂ ବୁଦ୍ଧ ଜୟନ୍ତୀ ତଥା ଗୋପବନ୍ଧୁ ଚୌଧୁରୀ ଙ୍କ ଜନ୍ମ ତିଥି ସାମ୍ପ୍ରତିକ କୋଭିଡ ମହାମାରୀ ଏବଂ ସମ୍ଭାବ୍ୟ ମହାବାତ୍ୟା ପରିପ୍ରେକ୍ଷୀରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ଉତ୍ସବ ପାଳନ ନ କରିବା ପାଇଁ ସ୍ଥିର କରାଯାଇଛି । କିନ୍ତୁ ଉକ୍ତ ଦିନରେ କୋଭିଡ୍ ନିୟମାବଳୀ କୁ ଅନୁସରଣ କରି ଅନୁଷ୍ଠାନର କର୍ମୀ ମାନଙ୍କ ମଧ୍ୟରେ ସ୍ବର୍ଗତ ଗୋପବନ୍ଧୁ ଚୌଧୁରୀ ଓ ପୂଜ୍ୟ ଆଜ୍ଞା ସ୍ୱର୍ଗତ ବିଶ୍ଵନାଥ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ସର୍ବଧର୍ମ ପ୍ରାର୍ଥନା କରି ସମାପନ କରାଯାଇ ଥିଲା । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ାରେ ଜୱାଦ ବାତ୍ୟା ପାଇଁ ୪୮୨ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ପଶ୍ଚିମ କେନ୍ଦ୍ରୀୟ ବେଙ୍ଗାପସାଗରରେ ସ୍ପଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ‘ଜୱାଦ’ ବାତ୍ୟାର ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା …

Leave a Reply

Your email address will not be published. Required fields are marked *