Friday , December 3 2021
Breaking News
Home / ବିଶେଷ / ବାତ୍ୟା ବିପତି ଟଳିଲା – ଲୋକେ ଆଶ୍ୱସ୍ତ 

ବାତ୍ୟା ବିପତି ଟଳିଲା – ଲୋକେ ଆଶ୍ୱସ୍ତ 

ପାଟକୁରା, ୨୬/୦୫/୨୦୨୧(ଓଡ଼ିଶା ସମାଚାର)- ବେଙ୍ଗାପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ୟାସ ତାର ଗତିପଥ ବଦଳାଇ ବାଲେଶ୍ୱର ଦିଗରେ ଗତି କରିବା ଓ ଯେଉଁ ଆକାରରେ ପ୍ରଭାବ ଆଶଙ୍କା ପ୍ରକାଶ ପାଇଥିଲା, ସେ ଆକାରରେ ପ୍ରଭାବ ପଡ଼ିନାହିଁ । ଅଳ୍ପ ଅଳ୍ପ ପବନ ଓ ଝିପି ଝିପି ବର୍ଷା ରେ ୟାସ ଦୁର୍ବଳ ହୋଇଯାଇଛି । ଏବେ ବାତ୍ୟା ବିପତି ଟଳିଗଲା ଜାଣି ଲୋକେ ଆଶ୍ୱସ୍ତି ହୋଇଛନ୍ତି । ତେବେ ବାତ୍ୟାକୁ ମୁକାବିଲା କରିବା ପାଇଁ ବ୍ଲକ୍ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତଥିଲା । ବ୍ଲକ୍ ର ବିଭିନ୍ନ ସ୍ଥାନରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ି ଘରକୁ ଅସ୍ଥାୟୀ ଭାବେ ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରାଯାଇଥିବାବେଳେ ୮୪ ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିଲା । ସେଥିମଧ୍ୟରୁ ୭୫ ଆଶ୍ରୟସ୍ଥଳୀରେ ୩୭୨୨ ବିପନ୍ନ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ଆଶ୍ରୟସ୍ଥଳୀମାନଙ୍କରେ ରଖାଯାଇଥିଲାା ବିଡ଼ିଓ ରଂଜିତ କୁମାର ମଲିକ୍ ଓ ତହସିଲଦାର ଅଶୋକ କୁମାର ବେହେରା ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଶ୍ରୟସ୍ଥଳୀ ଗୁଡ଼ିକର ସ୍ଥିତି ଦେଖିଥିଲେ । ୧୮ ଟି ପଂଚାୟତର ଚାଳ ଛପର ଓ ଆଜବେଷ୍ଟସ ଅସୁରକ୍ଷିତ ଘରେ ରହୁଥିବା ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ଆଣି ରଖାଯାଇଥିଲାା ୩୦ ଟି ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଦିଆଯାଇଥିଲା । କୋଭିଡ଼ ଗାଇଡ଼ ଲାଇନ୍ ଅନୁସାରେ ସମସ୍ତଙ୍କ ପାଇଁ  ମାସ୍କ ଓ ସାନିଟାଇଜର ବ୍ୟବସ୍ଥା କରାଯାଇଥିଲା । ବାତ୍ୟା ବିପନ୍ନ ମାନଙ୍କ ପାଇଁ ବ୍ଲକ୍ ରେ ୬୦ କୁଂଟାଲ ଚୁଡା , ୬ କୁଇଂଟାଲ ଗୁଡ ,  ୬୦ କାଟୁନ ବିସ୍କୁଟ ଓ ପାଣି ପାଉଚ୍ ବ୍ଲକରେ ମହଯୁଦ ରଖାଯାଇଥିବା ବିଡ଼ିଓ ଙ୍କ ଠାରୁ ସୂଚନା ମିଳିଛି । ସେହିପରି ପାଟକୁରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ହିମାଂଶୁ ଭୁଷଣ ସଢ଼ଙ୍ଗି ଙ୍କ ତତ୍ୱାବଧାନରେ ଆଶ୍ରୟସ୍ଥଳରେ ରହୁଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ନଜର ରଖାଯାଇଥିଲା । ତେବେ ବାତ୍ୟା ଟଳିଯାଇଥିବା ଜାଣି ସମସ୍ତେ ଆଶ୍ୱସ୍ତି ହୋଇଛନ୍ତି । ବର୍ତମାନ ସୁଦ୍ଧା କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ଖବର ହସ୍ତଗତ ହୋଇନାହିଁ । ସୋମବାର ସନ୍ଧ୍ୟା ସମୟରୁ ଅଂଚଳରେ ବିଦ୍ୟୁତ େଂଯାଗାଣ ବନ୍ଦ ରହିଛି । ବାତ୍ୟା ଟଳିଯାଇଥିଲେ ମଧ୍ୟ ବିଦ୍ୟୁତ ଯୋଗାଣ ହୋଇନାହିଁ ।  ଓଡ଼ିଶା ସମାଚାର

About admin

Check Also

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାରାଦୀପ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜୟନ୍ତୀ ପାଳନ ନିମନ୍ତେ ପାରଦୀପର ଅଟଳ ବିହାରୀ …

Leave a Reply

Your email address will not be published. Required fields are marked *