ସାଲେପୁର, ୨୬/ ୦୫/୨୧ (ଓଡିଶା ସମାଚାର /ଅଭୟ ଜେନା )- ବାତ୍ୟା ୟାସ ପାଇଁପ୍ରଶାସନ ପୁରା ସଜାଗ ଥିଲାବେଳେ ଏଥିରେ ବାଦପଡିନି ସାଲେପୁର ବ୍ଲକ, ୟାସବାତ୍ୟା ପାଇଁ ସରକାରଛୁଟି ବାତିଲକରି ସମସ୍ତେ ୟାସ ଏବଂ କରୋନା କୁ ମୁକାବିଲା ପାଇଁ ସଜାଗରହି ଲୋକଙ୍କ ଯେପରି କିଛି କ୍ଷତି ନପହଂଚିବ ପ୍ରଶାସନ ସହିତ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ରାତିଦିନ ଏକକରି ସଜାଗ ରହିଥିଲେ,ଫନୀଭଳି ବାତ୍ୟାରେ ଲୋକଙ୍କସହିତ ରାସ୍ତା ସଫା କରିବା ,ଲୋକଙ୍କୁ ସେବା ଯୋଗେଇ ଚର୍ଚ୍ଚାକୁ ଆସିଥିଲେ ଓ ବନ୍ୟାରେ ମଧ୍ୟ୍ୟ ଲୋକମାନଙ୍କ ଦୁଃଖ ବେଳେ ତାଙ୍କ ପାଖରେ ଥିଲେପ୍ରଶାନ୍ତ ବେହେରା । ଏବେ ୟାସ ବାତ୍ୟାର ମୁକାବିଲା
ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ଖୋଲି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚେଇବା ସହିତ ଶୁଖିଲା ଖାଦ୍ୟ ଏବଂ ରନ୍ଧାଖାଦ୍ୟ ର ବ୍ୟବସ୍ଥା କରିଥିଲେ ଏବଂମିର୍ଜାପୁର, ରାଇସୁଙ୍ଗୁଡ଼ା, ପିକୋଳ ଅଂଚଳ କୁ ନିଜେ ବାଇକ ଯୋଗେ, ଚାଲିଚାଲି ଲୋକମାନଙ୍କୁ ଆଶ୍ୱାସନା ଦେଇ କହିଥିଲେଯେ ଦିନେ ଦୁଇଦିନ ପଵନ ବର୍ଷା କମିଗଲେ ଘରକୁ ଯିବେ. । ବିଧାୟକ ଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାଇଛି । ଓଡିଶା ସମାଚାର