Tuesday , March 28 2023
Home / ବିଶେଷ / ଗରଦପୁର ବ୍ଲକରେ ଅତନୁ ଙ୍କ ବାତ୍ୟା ସମୀକ୍ଷା 

ଗରଦପୁର ବ୍ଲକରେ ଅତନୁ ଙ୍କ ବାତ୍ୟା ସମୀକ୍ଷା 

ପାଟକୁରା,୨୬/୦୫/୨୦୨୧(ଓଡ଼ିଶା ସମାଚାର) – ମଙ୍ଗଳବାର ସକାଳେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ କାର୍ଯ୍ୟାଳୟରେ ପହଂଚି ସମ୍ବାବ୍ୟ ବାତ୍ୟା ୟାସ୍  ର ମକାବୁଲା ପାଇଁ ବ୍ଲକ ପ୍ରଶାସନର ପ୍ରସ୍ତୁତି ସମ୍ବଦ୍ଧରେ ସମୀକ୍ଷା ବୈଠକ କରିଥିଲେ । ସୁଚନାଯୋଗ୍ୟ ଯେ ବର୍ତମାନ ର ପାଟକୁରା ବିଧାୟିକା ଶ୍ରମତୀ ସାବିତ୍ରୀ ଅଗ୍ରୱାଲା  ଏଭଳି ବିପତିି ସମୟରେ ନିଜ ନିର୍ବାଚନ ମଣ୍ଡଳୀର  ଜନସାଧାରଣଙ୍କ  ସମସ୍ୟା ବୁଝିପାରୁନଥିବାର ଅଭିଯୋଗ ବିଭିନ୍ନ ସୋସିଆଲ ମିଡିଆ ରେ  ହୋଉଥିବାରୁ  କେନ୍ଦ୍ରାପଡା ଜିଁଲ୍ଲା ପାଇଁ  ବାତ୍ୟା ୟସ ର ତଦାରଖ ପାଇଁ ନିଯୁକ୍ତି ପାଇଥିବା  ବରିଷ୍ଠ ଅଇଏଏସ ହେମନ୍ତ ଶର୍ମା ଙ୍କ ଅନୁରୋଧ କ୍ରମେ ପାଟକୁରାର ପୁର୍ବତନ ବିଧାୟକ ତଥା ବର୍ତମାନର ମହାକାଳପଡା ବିଧାୟକ ଅତନୁ ସବ୍ୟାସାଚୀ ନାୟକ  ଙ୍କୁ  ଗରଦପୁର ବ୍ଲକର  ଜନସାଧାରଣ ଙ୍କ ପାଇଁ  ପ୍ରଶାସନର ପ୍ରସ୍ତୁତି ସମ୍ବନ୍ଧରେ ତଦାରଖ କରିବାପାଇଁ ଅନୁରୋଧ କରିଥିଲେ । ଏହି ପରିପେକ୍ଷିରେ  ଗରଦପୁର ବ୍ଲକକୁ ବିଧାୟକ ଶ୍ରୀ ନାୟକ ଆସି  ସ୍ଥାନୀୟ ତହସିଲଦାର ଅଶୋକ ବେହେରା  ଓ ବିଡିଓ ରଂଜିତ କୁମାର ମଲିକ ଙ୍କ ସହିତ ବାତ୍ୟା ମୁକାବଲା ପାଇଁ  ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଥିଲେ । ବ୍ଲକରେ ବିଭିନ୍ନ ଗ୍ରାମରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ , ସ୍କୁଲ ,କଲେଜ ଓ ଅଙ୍ଗନବାଡି ଗୃହରେ  ଚାଳଛପର ଓ ଆଜବେଷ୍ଟସ ଗୃହରେ ଥିବା ଲୋକମାନଙ୍କୁ ଆଣି ଥଇଥାନ କରିବା ଓ ସେମାନଙ୍କୁ ରନ୍ଧାଖାଦ୍ୟା ଓ ଶୁଖିଲାଖାଦ୍ୟ ବଂଟନ କରାଯିବା ସହିତ କୋଭିଡ ଗାଇଡ ଲାଇନ  ଅନୁଯାୟୀ  ସମସ୍ତଙ୍କୁ ମାସ୍କ ଯୋଗାଇ ଦେବାକୁ କହିଥିଲେ ।ଆହୁରିମଧ୍ୟ ଲୋକମାନଙ୍କ ଗୋରୁଗାଈ ସୁରକ୍ଷିତ ସ୍ଥାନରେ କିପରି ରହିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ଏପରିକି ବାତ୍ୟା ସମ୍ବନ୍ଧରେ ଯେଉଁ ପ୍ରକାର ପ୍ରସ୍ତୁତି କରାଯାଇଛି ସେ ବିଷୟରେ ମଧ୍ୟ ବିଡିଓ ଏବଂ ତହସିଲଦାର ବିଧାୟକ ଶ୍ରୀ ନାୟକଙ୍କୁ ସବିଶେଷ ଅବଗତ କରିଥିଲେ ।  ବପନ୍ନ ଲୋକମାନଙ୍କ ପାଇଁ ୬୦ କୁଂଟାଲ ଚୁଡା , ୬ କୁଇଂଟାଲ ଗୁଡ ,  ୬୦ କାଟୁନ ବୁସ୍କୁଟ ଓ ପାଣି ପାଉଚ୍ ବ୍ଲକରେ ମହଜୁଦ ଅଛି ବୋଲି ବିଡିଓ ଶ୍ରୀ ମଲିକ   ବିଧାୟକ ଶ୍ରୀ ନାୟକ ଙ୍କୁ ଜଣାଇଥିଲେ ।  ବାତ୍ୟାପରେ  ରାଜସ୍ୱବିଭାଗର ଅଧିକାରୀ  ଓ କର୍ମଚାରିମାନେ ଗାଁଗାଁ ବୁଲି  ଘର  ଭାଙ୍ଗିଥିବା  ପରିବାର ଗୁଡିକୁ  କୈାଣସି ରାଜନୈତିକ ଚାପର ବଶବର୍ତି ନ ହୋଇ ତୁରନ୍ତ ପାଲ ଯୋଗାଇ ଦେବାକୁ ବିଧାୟକ ଶ୍ରୀ ନାୟକ  ତହସିଲଦାର ଶ୍ରୀ ବେହେରା ଙ୍କୁ  ନିର୍ଦ୍ଧେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟାମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଦିଲିପ ସେଠୀ , ପୁର୍ବତନ ବ୍ଲକ ଅଧ୍ୟକ୍ଷ ଦିଲିପ ସାହୁ ଓ ବାସୁଦେବ ବେହେରା  , ଶେଳେନ୍ଦ୍ର ମହାନ୍ତି , ଅଶୋକ ଜେନା , ରଂଜିତ ପଣ୍ଡା ,ଲିପୁ ସାହୁ  , ପ୍ରହଲାଦ ସହୁ , ତେଣ୍ଡାକୁଡା ପଂଚାୟତର ପୁର୍ବତନ ସରପଂଚ ରବିନ୍ଦ୍ର ମହାପାତ୍ର , ପ୍ରବିର ପରିଜା ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ବିଧାୟକ ଶ୍ରୀ ନାୟକ ବିଭିନ୍ନ ଗ୍ରାମକୁ ଯାଇ ଜନସାଧାରଣ ମାନଙ୍କର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.