Saturday , March 25 2023
Breaking News
Home / ବିଶେଷ / ହସିଲା ବୟସ ରେ ବିଧାତା ସାଜିଲା ଦାଉ :ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ହସିଲା ବୟସ ରେ ବିଧାତା ସାଜିଲା ଦାଉ :ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସାଲେପୁର, ୨୫/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ସାଲେପୁର ବ୍ଲକ ରାମକୃଷ୍ଣପୁର ଗ୍ରାମପଞ୍ଚାୟତର ଏଲମାପୁର ଗ୍ରାମର ସୁକାନ୍ତ କୁମାର କାଣ୍ଡି ଙ୍କ ଝିଅ ଅନୁପମା କାଣ୍ଡି ବୟସ ୧୮ ଟିୱେଲ୍ ପାଖରେ ଗାଧୋଇବା ସମୟରେ ଏକ ମାଙ୍କଡ଼ ଗୋଡାଇ ଆସିଵା ଫଳରେ ସେ ପଡ଼ି ଯିବାରୁ ତାଙ୍କ ଡାହାଣ କାନ୍ଧର ପଛ ହାଡ଼ ତିନି ଖଣ୍ଡ ହୋଇଭାଙ୍ଗି ଯାଇଥିଲା । ତାଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଓପରେ ଭୁବନେଶ୍ବର ଏମ୍ସ କୁ ନିଆଯାଇଥିଲା ।ସମସ୍ତ ପରୀକ୍ଷା ରିପୋର୍ଟ ମିଳିବା ପରେ ଡାକ୍ତର କହିଲେ ଅପରେସନ କରାଯିବ। କିନ୍ତୁ ଦୁଃଖର ବିଷୟ ତାଙ୍କ ବାପା ମୂଲ ଲାଗି ସାତ ପ୍ରାଣୀ କୁଟୁମ୍ବ ଚଳାଥିବା ବେଳେ କରୋନା ମହାମାରୀ ସମୟରେ ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ଅସମ୍ଭବ ।ତେଣୁ ଝିଅ ର ମା ଝରଣା କାଣ୍ଡି ଗଣମାଧ୍ୟମ ମାଧ୍ୟମରେ ସରକାର କିମ୍ବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତିି। ଯଦି କେହି ବଦାନ୍ୟ ବ୍ୟକ୍ତି ସାହାଯ୍ୟ ର ହାତ ବଢାନ୍ତି ତାହାଲେ ଅନୁପମା ସୁସ୍ଥ ହୋଇପାରନ୍ତେ। ଯଦି କେହି ସାହାଯ୍ୟ କରିବାପାଇଁ ଚାହାନ୍ତି ତେବେ ଏହି ମୋ ନଂ ୯୮୬୧୪୮୦୨୯୬ ରେ ଯୋଗାଯୋଗ କରିବା ପାଇଁ ନିବେଦନ କରାଯାଇଛି। ଓଡିଶା ସମାଚାର

Leave a Reply

Your email address will not be published.