Saturday , December 10 2022
Home / ବିଶେଷ / ବାତ୍ୟା ‘ୟାସ୍’ ପାଇଁ ଖୋଲିଲା ୨୪ ଘଂଟିିଆ କଂଟ୍ରୋଲ ରୁମ୍

ବାତ୍ୟା ‘ୟାସ୍’ ପାଇଁ ଖୋଲିଲା ୨୪ ଘଂଟିିଆ କଂଟ୍ରୋଲ ରୁମ୍

ଭୁବନେଶ୍ୱର,୨୫/୦୫/୨୦୨୧(ଓଡ଼ିଶା ସମାଚାର)- ବେଙ୍ଗାପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ୟାସ୍’କୁ ଦୃଷ୍ଟିରେ ରଖି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୪ଘଂଟିଆ କଂଟ୍ରୋଲ ରୁମ୍ ଖୋଲା ଯାଇଛି । ଏହି କଂଟ୍ରୋଲ ରୁମ୍ ଭୁବନେଶ୍ୱରସ୍ଥିତ ରାଜ୍ୟ ସହରାଂଚଳ ବିକାଶ ଏଜେନ୍ସୀ(ଏସୟୁଡିଏ) ଅଫିସ ପରିସରରେ ମଙ୍ଗଳବାର ଠାରୁ ଗକାର୍ଯ୍ୟ କରିବ । ବିଭାଗର ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ର, ଉପସଚିବ ସନ୍ତୋଷ କୁମାର ଦାଶ ଏହି କଂଟ୍ରୋଲ ରୁମର ଦାୟିତ୍ୱରେ ରହିବେ । ବାତ୍ୟାଜନିତ ସମସ୍ୟାକୁ ନେଇ ଲୋକେ ଏହି କଂଟ୍ରୋଲ ରୁମ୍ ନମ୍ବର ୦୬୭୪- ୨ ୪ ୩ ୨ ୩ ୧ ୭ ଅଥବା ୨ ୪ ୩ ୨ ୪ ୧ ୮ କୁ ଯୋଗାଯୋଗ କରିପାରିବେ । ଅନ୍ୟ ୬ଜଣ ଅଫିସର ଯଥା ଶୁଭ୍ରାଂଶୁ ଶେଖର ପହି, ମଦନମୋହନ ଜେନା, ସର୍ବେଶ ମହାପାତ୍ର, ଆଶୁତୋଷ ନନ୍ଦ, କୁଳମଣି ଦାସ ଓ ସୁଭାଶିଷ ଶତପଥୀଙ୍କୁ ସେହି କଂଟ୍ରୋଲ ରୁମ୍ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ଅଫିସରମାନଙ୍କର ଫୋନ ନମ୍ବର ମଧ୍ୟ ସାର୍ବଜନୀନ କରାଯାଇଛି । ସହରାଂଚଳଗୁଡ଼ିକରେ ବାତ୍ୟାଜନିତ ସମସ୍ୟା ଉପୁଜିଲେ, ଏହି କଂଟ୍ରୋଲ ରୁମ୍ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ବାଲେଶ୍ୱର ଜିଲ୍ଲାରେ ଅଧିକ ପ୍ରଭାବ ସମ୍ଭାବନା ଥିବାରୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାଲେଶ୍ୱର ମ୍ୟୁନିସପାଲଟି ପାଇଁ ଗିରିଜାଶଙ୍କର ମଲ୍ଲିକ, ସମ୍ବିତଦାସ,  ବିଶ୍ୱମ୍ଭର ମିଶ୍ର, ସେହିପରି ଜଳେଶ୍ୱର ମ୍ୟୁନସିପାଲଟି ପାଇଁ ଆଲୋଚନା ରଞ୍ଜନ
ସାମନ୍ତରାୟ, ସିଦ୍ଧାର୍ଥ ପଟ୍ଟନାୟକ ଏବଂ ବାରିପଦା ମ୍ୟୁନିସପାଲଟି ପାଇଁ ସୂର୍ଯ୍ୟମଣିପାଟ୍ଟଯୋଶୀ, ବଳଦେବ ବେହେରା ଓ ସୂର୍ଯ୍ୟାଂଶୁ ରାଉତଙ୍କୁ ସ୍ୱତନ୍ତ୍ର ଭାବେ ବାତ୍ୟାଜନିତ ସମସ୍ୟାର ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.