ଭୁବନେଶ୍ୱର,୨୫/୦୫/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦,୯୩୯ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬,୧୭୮ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ୪,୭୬୧ ଜଣ ସ୍ଥାନୀୟ ବାସିନ୍ଦା ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୧୯ଜଣ, ବାଲେଶ୍ୱର ଜିଲ୍ଲାରୁ ୩୬୧ଜଣ, ବରଗଡ଼ ଜିଲ୍ଲାରୁ ୩୨୩ଜଣ, ଭଦ୍ରକ ଜିଲ୍ଲାରୁ ୧୪୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯୫ଜଣ, ବୌଦ୍ଧ ଜିଲ୍ଲାରୁ ୩୮୫ଜଣ, କଟକ ଜିଲ୍ଲାରୁ ୯୨୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୬୩ଜଣ, ଗଜପତି ଜିଲ୍ଲାରୁ ୪୩ଜଣ, ଗଞ୍ଜାମ ଜିଲ୍ଲାରୁ ୨୫୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨୯୧ଜଣ, ଯାଜପୁର ଜିଲ୍ଲାରୁ ୫୪୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯୧ଜଣ, କଳାହାଣ୍ଡି ଜିଲ୍ଲାରୁ ୨୪୪ଜଣ, କନ୍ଧମାଳ ଜିଲ୍ଲାରୁ ୭୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୨୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୯୮ଜମ, କୋରାପୁଟ ଜିଲ୍ଲାରୁ ୨୪୨ଜଣ, ମାଲକାନଗିରି ଜିଲ୍ଲାରୁ ୧୦୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୦୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୬୨ଜଣ, ନୟାଗଡ଼ ଜିଲ୍ଲାରୁ ୨୨୫ଜଣ, ନୂଆପଡ଼ା ଜିଲ୍ଲାରୁ ୬୪ଜଣ, ପୁରୀ ଜିଲ୍ଲାରୁ ୪୫୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୬ଜଣ, ସମ୍ବଲପୁର ଜିଲ୍ଲାରୁ ୩୧୯ଜଣ, ସୋନପୁର ଜିଲ୍ଲାରୁ ୨୩୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୧୨ଜଣ, ଷ୍ଟେଟ୍ ପୁଲ୍ ରୁ ୨୧୭ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧୪୩୮୦ରେ ପହଞ୍ଚିଛି।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ରହିଛନ୍ତି । ଅନୁଗୁଳ ,ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁ ରହିଥିବା ବେଳେ ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ରହିଛନ୍ତି । ସେହିପରି ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଥିବା ବେଳେ ଦେବଗଡ଼, ଯାଜପୁର, କନ୍ଧମାଳ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରନ୍ତଙ୍କ ରହିଛନ୍ତି । ମୃତକଙ୍କ ମଧ୍ୟରେ ୨୭ ଜଣ ପୁରୁଷ ଓ ୬ ଜଣ ମହିଳା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭,୧୪,୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬,୦୧,୨୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରେ ୨,୫୪୯ ଜଣଙ୍କର ମୃତ୍ୟୁ ହୋଇଥଇଥିବାବେଳେ ୫୩ ଜଣ କରୋନା ସଂଙ୍କ୍ରମିତଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ଆଉ ୧,୧୦,୫୫୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୧୧୪୩୭୩୩୭ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର