Saturday , December 10 2022
Home / ବିଶେଷ / ୫ ଆଇଏଏସ ଓ ୫ ଆଇପିଏସ ଅଧିକାରୀଙ୍କୁ ୫ଜିଲ୍ଲାର ଦାୟିତ୍ୱ ପ୍ରଦାନ

୫ ଆଇଏଏସ ଓ ୫ ଆଇପିଏସ ଅଧିକାରୀଙ୍କୁ ୫ଜିଲ୍ଲାର ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର,୨୪/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଏହାମଧ୍ୟରେ ବାତ୍ୟା ମୁକାବିଲା ନେଇ ୫ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଙ୍କୁ ପ୍ରଭାବିତ ହେବାକୁ ଥିବା ୫ଜିଲ୍ଲାର ଦାୟିତ୍ୱ ପ୍ରଦାନ କରିଛନ୍ତି ।
୫ ଆଇଏଏସ ଅଫିସରଙ୍କୁ ୫ଜିଲ୍ଲାର ଦାୟିତ୍ୱ ପ୍ରଦାନ କରିବା ପରେ ଏବେ ୫ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପ୍ରଭାବିତ ହେବାକୁ ଥିବା ୫ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି ।
ବାଲେଶ୍ୱର ପାଇଁ ଦିପ୍ତେଶ କୁମାର ପଟ୍ଟନାୟକ, ଭଦ୍ରକ ପାଇଁ ଅମିତେନ୍ଦ୍ର କୁମାର ସିଂ, ମୟୂରଭଞ୍ଜ ପାଇଁ ଅନିରୁଦ୍ଧ କୁମାର ସିଂ, ଜଗତସିଂହପୁର ପାଇଁ ଅମିତାଭ ଠାକୁର ଓ କେନ୍ଦ୍ରାପଡା ପାଇଁ ଜୟନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ପୂର୍ବରୁ ବାତ୍ୟା ମୁକାବିଲା ନେଇ ଯେଉଁ ୫ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୫ଜିଲ୍ଲାର ଦାୟିତ୍ୱ ଦେଇଥିଲେ ସେମାନେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଳ ଦେବ, ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ ବଶିଷ୍ଟ ।ଓଡ଼ିଶା ସମାଚାର

Leave a Reply

Your email address will not be published.