Monday , September 25 2023
Breaking News
Home / ବିଶେଷ / ୫ଜଣ ବରିଷ୍ଠ ଆଇଏଏସ୍ ଙ୍କୁ ପ୍ରଭାବିତ ହେବାକୁ ଥିବା  ୫ଜିଲ୍ଲାର ଦାୟିତ୍ୱ

୫ଜଣ ବରିଷ୍ଠ ଆଇଏଏସ୍ ଙ୍କୁ ପ୍ରଭାବିତ ହେବାକୁ ଥିବା  ୫ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର,୨୪/୦୫/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ଭିତରେ ବାତ୍ୟା ୟସ୍କୁ ନେଇ ରାଜ୍ୟବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଏହାମଧ୍ୟରେ ବାତ୍ୟା ମୁକାବିଲା ନେଇ  ୫ଜଣ ବରିଷ୍ଠ ଆଇଏଏସ୍  ଙ୍କୁ ପ୍ରଭାବିତ ହେବାକୁ ଥିବା  ୫ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।

ପ୍ରାପ୍ତ ସୂଚନା  ଅନୁଯାୟୀ, ରାଜ୍ୟରେ ୟସ୍ ବାତ୍ୟାର ମୁକାବିଲା ନେଇ ୫ ବରିଷ୍ଠ ଆଇଏଏସ୍  ଙ୍କୁ ୫ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ସମସ୍ତ ପ୍ରଶାସନିକ ଅଧିକାରୀ ପ୍ରସ୍ତୁତି ଓ ରିଲିଫ କାର୍ୟ୍ୟ ତଦାରଖ କରିବେ। କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଳ ଦେବ ଓ  ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ ବଶିଷ୍ଟଙ୍କୁ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *